ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କୁ ଦେଖିବାକୁ ଇଚ୍ଛା ରଖିଥିବା ଓଡିଶାର ପ୍ରତି ୫୦ ହଜାର ଗ୍ରାମର ଅନୁ୍ୟନ ୫ ଜଣ ଲେଖାଏଁ ଗୁରୁଜନଙ୍କୁ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ବ୍ୟବସ୍ଥା କରୁ ବିଜେପି ଯୁବମୋର୍ଚ୍ଚା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ଲାଇନ ଆସିବା ପରେ ନିଜସ୍ୱ ଖର୍ଚ୍ଚରେ ଏ ବ୍ୟବସ୍ଥା କରିବାକୁ ଯୁବମୋର୍ଚ୍ଚାର ସଦସ୍ୟମାନେ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତିର୍ ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଯୁବ ସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଇ ଧର୍ମେନ୍ଦ୍ର ଏ ଆହ୍ୱାନ ଦେଇଛନ୍ତି । ଯୁବମୋର୍ଚ୍ଚାର ସଦସ୍ୟମାନଙ୍କୁ ସଂଗଠନ, ସମ୍ପର୍କ, ସର୍ବୋପରି ସେବା ଓ ସଂଘର୍ଷ ଆଧାରରେ ଓଡିଶାକୁ ଶୀର୍ଷରେ ପହଞ୍ଚାଇବା ପାଇଁ କାମ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତିି ଯେ ପ୍ରଧାନମନ୍ତ୍ରୀ ମୋଦି ପଠାଉଥିବା ଟଙ୍କା ଓଡିଆ ଲୋକଙ୍କ ସ୍ୱାର୍ଥରେ ଲାଗୁ । ଏଥିପାଇଁ ଜନ ସଚେତନତା ନକଲେ ସବୁ ପ୍ରଚେଷ୍ଟା ବ୍ୟର୍ଥ ଯିବ । ତେଣୁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଜାଗ୍ରତ ପ୍ରହରୀ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକୁ ଆଗେଇ ନେବା ସହ ନୂଆ ଆଦର୍ଶର ରାଜନୈତିକ ସଂଗଠନ ତିଆରି କରିବାର ଦାୟିତ୍ୱ ନିଅନ୍ତୁ । ଓଡିଶାରେ ବିଜେପି ସରକାର ନହେବା ପର୍ଯ୍ୟନ୍ତ ଓ ବିଜେପିକୁ ରାଜ୍ୟରେ ୨୧ରୁ ୨୧ ଲୋକସଭା ଆସନ ନମିଳିବା ଯାଏ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ମାନ,ଅପମାନ, ଅଭିମାନକୁ ଭୁଲି ଓଡିଶାକୁ ନୂଆ ଶିଖରକୁ ନେବା ପାଇଁ ଦାୟିତ୍ୱ ନିଅନ୍ତୁ । ଆଗାମୀ ଦିନରେ ଓଡିଆ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡିଆଙ୍କ ହକ୍ ପାଇଁ ନିରନ୍ତର ଆନେ୍ଦାଳନ ଓ କାର୍ଯ୍ୟକ୍ରମ କରନ୍ତୁ । ସାଢେ ୪ କୋଟି ଓଡିଆ ଲୋକ ବିଶ୍ୱକୁ ନେତୃତ୍ୱ କରିବାର କ୍ଷମତା ରଖୁଛନ୍ତି । ବିଜେପି ନେତୃତ୍ୱରେ ହିଁ ଓଡିଶା ନୂଆ ଶିଖରକୁ ଯିବ । ଏକବିଂଶ ଶତାବ୍ଦୀରେ ଅପାର ସମ୍ଭାବନାର ରାଜ୍ୟ ନୂଆ ଓଡିଶା ତିଆରି ହେଲେ ହିଁ ଆତ୍ମନିର୍ଭର ଭାରତ ସମ୍ଭବ ହେବ । ଏ ଦୃଢ ବିଶ୍ୱାସ ଆଜି ସମସ୍ତଙ୍କ ମନରେ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେହିପରି ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ପୁନମ ମହାଜନ ଯୋଗଦେଇ କହିଥିଲେ ଯେ ବିଜେପିର ଦୂରଦୃଷ୍ଟି ସମ୍ପନ୍ନ ବିଚାରଧାରା କାରଣରୁ ଆଜି ସବୁଠୁ ତଳ ଶ୍ରେଣୀର ଗରିବ ଲୋକମାନଙ୍କ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ପହଞ୍ଚି ପାରିଛି । ଓଡିଶାବାସୀଙ୍କ କଷ୍ଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଗରିବଙ୍କୁ ଉଭୟ ସାମାଜିକ ଓ ଆର୍ଥିକ ରୂପେ ବିକାଶ କରିବା ପାଇଁ ଗରିବ କଲ୍ୟାଣ ପ୍ୟାକେଜ ସହ ୨୦ ଲକ୍ଷ କୋଟି ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଭାରତର ଅଭିବୃଦ୍ଧି ହାର ବା ଜିଡିପିର ୧୦ ପ୍ରତିଶତ ଏବଂ ଏଭଳି କରୋନା ରିଲିଫ ପ୍ୟାକେଜ୍ ଘୋଷଣା କରିବାରେ ଭାରତ ତୃତୀୟ ବୋଲି ସେ କହିଛନ୍ତି । ସେହିପରି ରାଜ୍ୟ ସଭାପତି ସମୀର ମହାନ୍ତି କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଭଳି ଭାବେ ଓଡିଶାର ବିକାଶ ଦାୟିତ୍ୱ ନେଉଛନ୍ତିି ତାହା ପ୍ରଶଂସନୀୟ । ପ୍ରଧାନମନ୍ତ୍ରୀଙ୍କ ସରକାରରେ ଅନେକ ଗରିବ କଲ୍ୟାଣକାରୀ ଯୋଜନା ହୋଇଥିବା ବେଳେ ଓଡିଶାର ଲୋକମାନେ ଏହି ଯୋଜନାର ଲାଭାର୍ଥୀ ହୋଇପାରିଛନ୍ତି ।
ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାସିସ ଆଚାର୍ଯ୍ୟ କହିଛନ୍ତି ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ପ୍ରଗତିଶୀଳ ଓଡିଶାର ସ୍ୱପ୍ନକୁ ପୂରଣ କରିବା ପାଇଁ ଯୁବମୋର୍ଚ୍ଚା କାମ କରିବ । ଲୋକାଲ ଫର୍ ଭୋକାଲ ଏବଂ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଜୋର ଦିଆଯିବ ଏବଂ ଦଳୀୟ ସଂଗଠନକୁ ମଜବୁତ କରାଯିବ । ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ବିଜେପି ପ୍ରବକ୍ତା ଠାକୁର ରିତ ଦାସ କାର୍ଯ୍ୟକ୍ରମକୁ ସଫଳ କରିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
Comments are closed, but trackbacks and pingbacks are open.