ପ୍ରତି ବ୍ୟକ୍ତିଙ୍କ ଜୀବନ ମୂଲ୍ୟବାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ କରୋନା ଆକ୍ରାନ୍ତ ରୋଗୀଙ୍କୁ ପ୍ଲାଜ୍ମା ଥେରାପିରେ ମିଳିବ ଚିକିତ୍ସା ସେବା । ଏଥିପାଇଁ କଟକ ଏସସିବି ମେଡିକାଲ କଲେଜରେ ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ପ୍ଲାଜ୍ମା ଥେରାପିରେ ଚିକିତ୍ସା ସେବା କେବଳ ଦିଲ୍ଲୀ ଓ ମହାରାଷ୍ଟ୍ରରେ ଚାଲିଥିଲା ବେଳେ ଓଡ଼ିଶା ତୃତୀୟ ରାଜ୍ୟ ଭାବେ ଏ ଚିକିତ୍ସା ସେବା ଆରମ୍ଭ କରିବାକୁ ଯାଉଛି । ଓଡ଼ିଶାର ଜନସାଧାରଣଙ୍କୁ ମାଗଣାରେ ପ୍ଲାଜମା ଥେରାପି ଚିକିତ୍ସା ସେବା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଭିଡିଓ କନଫରେନ୍ସିଂରେ ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ମୁଁ ଓ ମୋ ସରକାର ପାଇଁ ପ୍ରତ୍ୟେକ ବ୍ୟକ୍ତିର ଜୀବନ ହେଉଛି ସବୁଠାରୁ ମୂଲ୍ୟବାନ । ଲୋକମାନଙ୍କର ଜୀବନ ବଞ୍ଚାଇବାକୁ ସରକାର ସବୁପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ । ଏହା ରାଜ୍ୟ ସରକାରଙ୍କ ସଂକଳ୍ପ ।
ଏ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଡାକ୍ତରମାନଙ୍କ ଦକ୍ଷତା ଓ ନିÂାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଲେ, କୋଭିଡ୍ ସମୟରେ ଆମ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଯେଉଁ କଠିନ ପରିଶ୍ରମ କରି ଲୋକଙ୍କୁ ଶ୍ରେÂ ସେବା ଯୋଗାଇ ଦେଉଛନ୍ତି ତାର ତୁଳନା ନାହିଁ । ଆମେ ସେମାନଙ୍କୁ ଉତ୍ସାହିତ କରି ମନୋବଳ ବଢ଼ାଇବା ଆବଶ୍ୟକ ।
ଏ ଅବସରରେ ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି ସେମାନେ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହାଦ୍ୱାରା ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଆମେ ଅଗ୍ରଗତି କରିପାରିବା ବୋଲି ସେ କହିଥିଲେ । ଆଜି ସ୍ୱେଚ୍ଛାକୃତ ଭାବେ ପଙ୍କଜ କୁମାର ବେହେରା, ଡ.ଚିଦ୍ ଭୂଷଣ ପଣ୍ଡା, ମନୋଜ କୁମାର ବରାଳ ଓ ଅବିନାଶ ରାଉତ ପ୍ଲାଜମା ଦାନ କରିଛନ୍ତି । ଏମାନେ ହେଉଛନ୍ତି ରାଜ୍ୟର ପ୍ରଥମ ପ୍ଲାଜମା ଦାତା । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ ଆଉ ୧୫ ଜଣ କୋଭିଡ ରୋଗମୁକ୍ତ ବ୍ୟକ୍ତି ଏହି ମିଶନରେ ଯୋଗଦାନ କରି ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି । କଲିକତାକୁ ଅମ୍ପନ୍ ମୁକାବିଲା କରିବାକୁ ଯାଇ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଏନ୍ଡିଆର୍ଏଫ୍ ଓ ଓଡ୍ରାଫ୍ର ଅନେକ ଯବାନ୍ ସ୍ୱେଚ୍ଛାରେ ପ୍ଲାଜ୍ମା ଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବା ସହ ଶୁଭ କାମନା କରିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଏ ଅବସରରେ ଆଶା କରିଥିଲେ ଯେ ଗୁରୁତର କରୋନା ରୋଗୀଙ୍କ ସଫଳ ଚିକିତ୍ସା କ୍ଷେତ୍ରରେ ଏ ଥେରାପି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲା ବେଳେ ଏସ୍ସିବି ମେଡିକାଲ କଲେଜ ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ଲାଜମା ଥେରାପି ପାଇଁ ଏସସିବି ମେଡିକାଲ କଲେଜ ନୋଡାଲ ଏଜେନ୍ସି ଭାବେ କାମ କରିବ । ଭୁବନେଶ୍ୱର ସମ୍, କିମସ୍ ଏବଂ କଟକର ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପି ପଦ୍ଧତିରେ ଗୁରୁତର କରୋନା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ । ରାଜ୍ୟରେ ସଂପ୍ରତି କରୋନା ସଂକ୍ରମଣ ବଢ଼ୁଥିଲା ବେଳେ ଏ ପଦ୍ଧତିର ସୁଫଳ ମିଳିବ ବୋଲି ସରକାର ଆଶାବାଦି ଅଛନ୍ତି ।
ଏସ୍ସିବି ମେଡିକାଲର ଟ୍ରାନ୍ସଫୁ୍ୟଜନ୍ ମେଡିସିନ୍ ବିଭାଗ ପରିସରରେ ଏକ ପ୍ଲାଜ୍ମା ବ୍ୟାଙ୍କ ଖୋଲାଯାଇଛି । ଟ୍ରାନ୍ସଫୁ୍ୟଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ପଙ୍କଜ ପରିଡାଙ୍କ କହିବାନୁଯାୟୀ, ବ୍ଲଡ୍ ବ୍ୟାଙ୍କ ଉପରେ ଏହି ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି । ହଜାରେ ୟୁନିଟ୍ ପ୍ଲାଜ୍ମା ରଖିବାକୁ ବ୍ୟବସ୍ଥା କରାଯାଇଛି । ମାଇନସ୍ ୪୦ ଡିଗ୍ରୀ ସେଲସିୟସ୍ରେ ଏହାକୁ ରଖାଯିବ । ୧ ବର୍ଷ ପର୍ଯ୍ୟନ୍ତ ଏହି ପ୍ଲାଜ୍ମା ସଂରକ୍ଷିତ ରହିପାରିବ ବୋଲି ଡାକ୍ତର ପରିଡା କହିଛନ୍ତି ।
ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ୍, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ କୁମାର ଜେନାଙ୍କ ସହ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏସ୍ସିବିରେ ଅନୁÂିତ ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆର୍ଡିସି ଅନିଲ କୁମାର ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିସନର ଅନନ୍ୟା ଦାସ, ଡିଏମ୍ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଏସ୍ସିବି ମେଡିକାଲ କଲେଜ ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ;ନାୟକ ଓ କରୋନା ତାଲିମ କାର୍ଯ୍ୟକ୍ରମର ନୋଡାଲ ଅଫିସର ପ୍ରଫେସର ଡା. ଜୟନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ କି, ପୂର୍ବରୁ କେରଳ ସମେତ କେତେକ ରାଜ୍ୟ ପ୍ଳାଜ୍ମା ଥେରାପି ଚିକିତ୍ସା ଆରମ୍ଭ କରିବା ପରେ ଏସ୍ସିବି ପକ୍ଷରୁ ଏହି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଗତ ମେ ମାସରେ ଏସ୍ସିବି ପକ୍ଷରୁ କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ଲାଜ୍ମା ଥେରାପି ଚିକିତ୍ସା ଆରମ୍ଭ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ପ୍ଲାଜ୍ମା ଚିକିତ୍ସା ସମ୍ପର୍କରେ ମତ ଦେଇ କରୋନା ତାଲିମ କାର୍ଯ୍ୟକ୍ରମର ନୋଡାଲ ଅଫିସର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ଜଣେ ବ୍ୟକ୍ତିଙ୍କ ଠାରୁ ୩୫୦ ରୁ ୪୦୦ ମିଲି ପ୍ଳାଜ୍ମା ସଂଗ୍ରହ କରାଯାଇପାରିବ । କରୋନାରୁ ସୁସ୍ଥ ହେବାର ୪ ସପ୍ତାହ ବା ୨୮ ଦିନ ପରେ ଜଣେ ପ୍ଲାଜ୍ମା ଦେଇପାରିବେ । ଏହାବାଦ୍ ପ୍ଲାଜମା ଦାତାଙ୍କ ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ ହୋଇଥିବ ଓ ଶରୀରର ଓଜନ ୫୦ କେଜିରୁ କମ୍ ହୋଇନଥିବ । ସ୍ତ୍ରା ଲୋକମାନଙ୍କ କ୍ଷେତ୍ରରେ ସନ୍ତାନ ଜନ୍ମ କରିନଥିବା ମହିଳାଙ୍କଠାରୁ ପ୍ଳାଜ୍ମା ସଂଗ୍ରହ କରିହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons