ପ୍ରଥମ ଦିନରେ ଟିକା ନେଲେ ୨୦୪

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ): ସାରା ଦେଶ ପାଇଁ ଶନିବାର ଥିଲା ବଡ଼ଦିନ । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଆରମ୍ଭ ହେଲା କରୋନା ଟିକାକରଣ । ଶନିବାର ଅନୁଗୁଳ ଜିଲ୍ଲାର ୨ଟି ସ୍ଥାନରେ ଦିଆଯାଇଛି କରୋନା ଟିକା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ୍ ୧୦୪ ଜଣ ଓ ବନ୍ତଳା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି । ଆସନ୍ତାକାଲି ଛୁଟି ଦିନଥିବା ବେଳେ ସୋମବାର ଠାରୁ ଜିଲ୍ଲାର ୩୦ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହୋଇଥିଲା ଟିକାକରଣ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ନହିଆ ବେହେରା ନାଲି ଫିତା କାଟି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିÂ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନନ୍ଦ କିଶୋର ସାହୁ ପ୍ରଥମେ କରୋନା ଟିକା ନେଇଥିଲେ । ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୫ଟା ମଧ୍ୟରେ ମୋଟ୍ ୧୦୪ ଜଣଙ୍କୁ କୋଭିସିଲ୍ଡର ପ୍ରଥମ ଡୋଜ୍ ଦିଆଯାଇଛି ।
ସେହିପରି ବନ୍ତଳା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମକୁ ବିପିଏମ୍ଓ ଘନଶ୍ୟାମ ବେହେରା ଉଦ୍ଘାଟନ କରିଥିଲେ । ଏଠାରେ ପ୍ରଥମ ଦିନରେ ୧୦୦ ଜଣଙ୍କୁ ଟିକା ଦିଆଯାଇଛି । ବନ୍ତଳା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ‘ବାମ୍’ ଦେବାଶିଷ ମିଶ୍ର ପ୍ରଥମ ଟିକା ନେଇଛନ୍ତି । ତେବେ ପ୍ରଥମ ଦିନରେ ଟିକା ନେଇଥିବା ସମସ୍ତ ୨୦୪ ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ସାମାନ୍ୟତମ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇନି ବୋଲି ସିଡିଏମ୍ଓ ଡାକ୍ତର ଅଭୟ କୁମାର ଦାଶ ପ୍ରକାଶ କରିଛନ୍ତି । ରବିବାର ଓ ବୁଧବାର କରୋନା ଟିକା ଦିଆଯିବ ନାହିଁ । ଅନ୍ୟ ଦିନମାନଙ୍କରେ କରୋନା ଟିକା ଦିଆଯିବ ।
ସୋମବାରଠୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୩ଟି ଉପଖଣ୍ଡ ଡାକ୍ତରଖାନା, ୯ଟି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୭ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୭୩୨୬ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବା ନେଇ ନାମ ପଂଜୀକରଣ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୫୧୦୦ ଡୋଜ୍ ଟିକା ଆସିଥିବା ବେଳେ ଏଥିରୁ ୪୫୯୦ ଜଣଙ୍କୁ ଟିକା ଦିଆଯିବ । ଟିକାକରଣ କେନ୍ଦ୍ରରେ ୩ଟି ରୁମ୍ର ବ୍ୟବସ୍ଥା କରାଯାଇଛି । ଗୋଟିଏ ଟିକାକରଣ କକ୍ଷ ରହିଥିବା ବେଳେ ଏକ ପ୍ରତୀକ୍ଷା ଗୃହ ଓ ତୃତୀୟଟି ପର୍ଯ୍ୟବେକ୍ଷଣ କକ୍ଷ । ଟିକା ପ୍ରଦାନ କରିବା ପାଇଁ ୫ ଜଣିଆ ଟିମ୍ ଗଠନ କରାଯାଇଛି । ଜିଲ୍ଲାର ମୋଟ୍ ୨୧୩ ଜଣ ଟିକା ପ୍ରଦାନକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପ୍ରଥମ ଦିନରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇ ନାହିଁ । ତେବେ ପାଶ୍ୱର୍ ପ୍ରତିକ୍ରିୟା ପାଇଁ ଗୋଟିଏ ଟିମ୍ ଗଠାନ କରାଯାଇଛି । ଟିମ୍ରେ ଡାକ୍ତର ସଜାଗ ରହିଥିବା ବେଳେ ୨ଟି କିଟ୍ ପ୍ରସ୍ତୁତ ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଟିକା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସିଡିଏମ୍ଓ, ଏଡିଏମ୍ଓ(ମେଡିକାଲ୍), ମେଡିକାଲ୍ ମ୍ୟାନେଜର, ଡିପିଏମ୍ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିÂ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons