କଟକ,(ବି.ବି.ବୁ୍ୟରୋ): ଓଡିଶା ଲୋକସେବା ଆୟୋଗ(ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)-୨୦୧୮ ସାକ୍ଷାତକାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ୨୧୮ଜଣ ପରୀକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହେବା ସହ ନିଯୁକ୍ତି ପାଇବାରେ ସଫଳ ହୋଇଛନ୍ତି । ଓପିଏସ୍ସି ପକ୍ଷରୁ ସଫଳ ୨୧୮ ପରୀକ୍ଷାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ଦେବାଶିଷ ପଣ୍ଡା ତାଲିକାର ଶୀର୍ଷରେ ରହି ଟପର ହୋଇଥିଲାବେଳେ ଋତୁପର୍ଣ୍ଣା ମହାପାତ୍ର ଏବଂ ଆକାଶ କୁମାର ପଣ୍ଡା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । କୃତକାର୍ଯ୍ୟ ହୋଇଥିବା ୨୧୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୨ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।
ସୂଚନା ଥାଉ କି, ୨୧୮ଟି ଓଏଏସ୍ ପଦ ପାଇଁ ୨୦୧୮ରେ ଓପିଏସ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିମଧ୍ୟରୁ ୧୧୪ଟି ଅଣସଂରକ୍ଷିତ ପଦବି ରହିଥିଲା ବେଳେ ବାକି ପଦବି ବିଭିନ୍ନ ବର୍ଗ ପାଇଁ ସଂରକ୍ଷିତ ଘୋଷଣା କରାଯାଇଥିଲା । ୨୦୧୮ ନଭେମ୍ବରରେ ପ୍ରିଲିମିନାରୀ ପରୀକ୍ଷା ଅନୁÂିତ ହୋଇଥିଲା । ୨୬୬୨ଜଣ ପରୀକ୍ଷାର୍ଥୀ ଓଏଏସ୍ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ମୁଖ୍ୟ ପରୀକ୍ଷା ଗତବର୍ଷ ଜୁଲାଇରେ ଅନୁÂିତ ହୋଇଥିଲା । ଗତ ନଭେମ୍ବରରେ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା । ଏଥିରେ ୪୩୩ଜଣ ପରୀକ୍ଷାର୍ଥୀ ସାକ୍ଷାତ୍କାର ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ସାକ୍ଷାତ୍କାର ପାଇଁ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ୧୪୨ଜଣ ମହିଳା ପ୍ରାର୍ଥୀ ଥିଲେ । ଯୋଗ୍ୟ ପ୍ରାର୍ଥୀମାନଙ୍କ ସାର୍ଟିଫିକେଟ୍ ଯାଞ୍ଚ ଗତ ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ କରାଯାଇଥିଲା । ସେହିପରି ସାକ୍ଷାତକାର ପରୀକ୍ଷା ଡିସେମ୍ବର ୧୭ରୁ ୨୮ ତାରିଖ ପର୍ଯ୍ୟନ୍ତ ହୋଇଥିଲା । ସାକ୍ଷାତ୍କାର ପରୀକ୍ଷାରେ ସଫଳ ହୋଇଥିବା ୨୧୮ଜଣ ମେଧା ତାଲିକା ଆଜି ଓପିଏସ୍ସି ୱେବ୍ସାଇଟ୍ରେ ପ୍ରକାଶ କରାଯାଇଛି ।
Comments are closed, but trackbacks and pingbacks are open.