କଣିହାଁ: ଜିଲ୍ଲାର ଦ୍ୱିତୀୟ ଶିଳ୍ପସମୃଦ୍ଧ କଣିହାଁ ବ୍ଲକ୍ରେ ପ୍ରଦୁଷଣ ନିୟମର ଖୋଲାଉଲ୍ଲଂଘନ ଯୋଗୁଁ ଧୂଳିଧୂଆଁରେ ଅଞ୍ଚଳବାସୀ ଅତିÂ ହୋଇଗଲେଣି । ପ୍ରଦୂଷଣ ବିଭାଗ ଓ ଜିଲ୍ଲା ପ୍ରଶାସନ ନିକଟରେ ଏ ନେଇ ଅନେକ ବାର ଅଭିଯୋଗ ହେବା ପ୍ରଦୂଷଣ ନିୟନ୍ତ୍ରଣ କରିବା ନେଇ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରାନଯିବା ବ୍ଲକ୍ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । କୋଇଲା ଓ ପାଉଁଶ ଗୁଣ୍ଡରେ ସମଗ୍ର ବ୍ଲକ୍ରେ ଆକ୍ତାମାକ୍ତା ପରିବେଶ ସୃଷ୍ଟି ହୋଇଛି ।
କଣିହାଁ ଖୋଲାମୁହଁ କୋଇଲା ଖଣିରୁ ଦୈନିକ ଶହ ଶହ ଟ୍ରକ୍ ଯୋଗେ କୋଇଲା ପରିବହନ ହେଉଛି । ଏହି କୋଇଲା ଟ୍ରକ୍ ଗୁଡିକ କଣିହାଁସ୍ଥିତ ଜରଡା ସାଇଡିଂ ଷ୍ଟକ୍ୟାର୍ଡରୁ କଣିହାଁ କଲେଜ ସମ୍ମୁଖ ପୂର୍ତ ବିଭାଗ ରାସ୍ତା ଅତିକ୍ରମ କରି କଣିହାଁ ଗାନ୍ଧିମଣ୍ଡପ ଅଭିମୁଖେ ଯାଇଥାଏ । ସେଠାରୁ କଣିହାଁରୁ ଟାକୁଆ ଦେଇ ଡେରେଙ୍ଗ ଜେଆଟିପିଏଲ୍ ଶିଳ୍ପସଂସ୍ଥା ଅଭିମୁଖେ ଯାଇଥାଏ । ୨୪ ଘଣ୍ଟିଆ କୋଇଲା ପରିବହନ ହେଉଥିଲେ ମଧ୍ୟ ରାସ୍ତାରେ ସଠିକ୍ ମାତ୍ରାରେ ପାଣି ସିଞ୍ଚନ ହେଉନି କି ଡାଲାରେ ସଂପୂର୍ଣ୍ଣ ପାଲ ଭିଡ଼ାଯାଉନି । କୋଇଲା ଲୋଡିଂ ପରେ ଚକା ନଧୋଇବା ଫଳରେ କୋଇଲାଗୁଣ୍ଡ ଉଡିଥାଏ । ସେହିପରି ଏନ୍ଟିପିସି ଆସପଣ୍ଡର୍ ରକ୍ଷଣାବେକ୍ଷଣ ବେଳେ ନିର୍ଦ୍ଧାରିତ ପରିମାଣର ମାଟି, ବାଲି, ପାଣି ପଡୁନଥିବାରୁ ସାମାନ୍ୟ ପବନ ବହିଲେ ସମଗ୍ର ବ୍ଲକ୍ରେ ପାଉଁଶ ଛାଇଯାଉଛି । ଏନ୍ଏଚଆଇ ପକ୍ଷରୁ ନିୟୋଜିତ ପାଉଁଶ ପରିବହନ ସଂସ୍ଥା ପକ୍ଷରୁ ଟ୍ରକ୍ ଗୁଡିକରେ ସଂପୂର୍ଣ୍ଣ ପାଲ ଭିଡ଼ାଯାଉନଥିବା ବେଳେ ଓଭର ଲୋଡ଼ିଂ ଯୋଗୁଁ ରାସ୍ତା ସାରା ପାଉଁଶ ପଡ଼ୁଛି । ଏପରିକି ରାସ୍ତାଘାଟ ଖୋଦ୍ ଦିନ ସମୟରେ ବି ଅନ୍ଧକାରମୟ ହୋଇ ଦୁର୍ଘଟଣା ଗଟୁଛି । ଡେରେଙ୍ଗ, ଟାକୁଆ, ହନୁମାନପୁର, ଭୂଇଁପୁର, ମସୁଣିହତା, କଂସମୁଣ୍ଡା, ବଡଗୁଣ୍ଡୁରି, ଜମାନିଆ, ବଡତ୍ରିବିଡା, ମାଳପଶି, ଗୁଣ୍ଡୁରୀନାଳି, କାକୁଡିଆ, ହନୁମାନପୁର, ଝରାବେରେଣୀ, କଣିହାଁ, ଟାକୁଆ, ଟୋଲକବେଡ଼ା, ସାନହାର, ବଡ଼ହାର, ସାରଥୀପାଳ, ବିଜିଗୋଳ, ପଥରମୁଣ୍ଡା, ଭୀମକାଣ୍ଡ, ବାରଡ଼ାଙ୍ଗୁଆ, ଲୋଧାବନ୍ଧ, ଗଦାଶିଳା, ରଙ୍ଗବେଡ଼ା, ଆମ୍ବପାଳ, କରଡେ଼ଇ, ସାନହାର, ବଡ଼ହୀରା, ଜରଡ଼ା, ଏନ୍ଟିପିସି ଲକ୍ଷ୍ମୀବଜାର ଓ କଣିହାଁ ମାର୍କେଟ୍ ଆଦି ଅଂଚଳ କୋଇଲା ଓ ପାଉଁଶ ଯୋଗୁଁ ପ୍ରଭାବିତ ହେଉଛନ୍ତି । ବାରମ୍ବାର ଦାବି ଜଣାଇବା ସତ୍ତେ୍ୱ ଧୂଳିଧୂଆଁ ନିୟନ୍ତ୍ରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ବାଧ୍ୟ ହୋଇ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ଅଧିବାସୀ ସଜବାଜ ହେଉଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.