ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜ ଘୋଷଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି । ଦେଶ ଜିଡିପିର ପ୍ରାୟ ୧୦ ଶତକଡା, ୨୦ ଲକ୍ଷ କୋଟି ଟଙ୍କାର ଏହି ଆର୍ଥିକ ପ୍ୟାକେଜ ଦେଶର ବିକାଶ ଯାତ୍ରାକୁ ଓ ୧୩୦ କୋଟି ଦେଶବାସୀଙ୍କୁ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ଏକ ନୂଆ ଗତି ଦେବ । ଏହି ଆର୍ଥିକ ପ୍ୟାକେଜ ମାଧ୍ୟମରେ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟକୁ ସାମ୍ନା କରିବା ପାଇଁ ନୂଆ ସଂକଲ୍ପ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଯଦି ୧୩୦ କୋଟି ଦେଶବାସୀ ସଂକଳ୍ପ କରିବେ ତେବେ କୌଣସି ବି ଲକ୍ଷ ଅସମ୍ଭବ ମୁହେଁ । ସକଳ୍ପକୁ ମଜବୁତ କରିବା ସହ ଏହି ସଂକଟ ସହ ଲଢିବାକୁ ମଧ୍ୟ ହେବ ଏବଂ ଆତ୍ମନିର୍ଭର ମଧ୍ୟ ହେବାକୁ ପଡିବ । କରୋନା ଭଳି ବିପର୍ୟ୍ୟୟ ସମସ୍ତଙ୍କ ପାଇଁ ସଙ୍କଟ ସହ ସୁଯୋଗ ମଧ୍ୟ ଆଣିଛି । ଆତ୍ମନିର୍ଭରତା, ଆତ୍ମବଳ ଏବଂ ଆତ୍ମବିଶ୍ବାସ ଦ୍ବାରା ହିଁ ସବୁ ସମ୍ଭବ ହେବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଗତ ୨ ବର୍ଷରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ଦ୍ବାରା ଆମେ ସମର୍ଥ ଓ ସକ୍ଷମ ମଧ୍ୟ ହୋଇଛେ । ଏକବିଂଶ ଶତାଦ୍ଦୀ ଭାରତ କରିବା ଆମର ଦାୟିତ୍ବ, ଆତ୍ମନିର୍ଭର ଭାରତର ଶପଥ ଦ୍ବାରା ହିଁ ପୂରଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆମେ ନୂଆ ଶପଥ ସହ ଏହି ଲକ୍ଷ ପାଇଁ ପ୍ରତିଶ୍ରୃତିବଦ୍ଧ ହେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସଙ୍କଟ ସମୟରେ ଚତୁର୍ଥ ଥର ଦେଶକୁ ସମ୍ବୋଧିତ କରିବା ସମୟରେ ‘ଆତ୍ମ ନିର୍ଭର ଭାରତ ଅଭିଯାନ’ର ଘୋଷଣା କରିଛନ୍ତି। ଏଥିରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଆଗାମୀ କିଛି ଦିନ ପର୍ୟ୍ୟନ୍ତ ପର୍ୟ୍ୟାୟ କ୍ରମେ ପ୍ୟାକେଜ୍ର ବିସ୍ତୃତ ତଥ୍ୟ ଦେଶ ସାମ୍ନାରେ ରଖିବେ । ଏହି ୨୦ ଲକ୍ଷ କୋଟିର ଆତ୍ମ ନିର୍ଭର ଭାରତ ଅଭିଯାନ ପ୍ୟାକେଜ୍ ଦେଶର ମୋଟ୍ ଜିଡିପିର ପ୍ରାୟ ୧୦ ପ୍ରତିଶତ ହେବ।


Comments are closed, but trackbacks and pingbacks are open.