ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ନେଇ ବିବାଦ: ବଡ଼ ଭାଇର ଭୁଜାଲି ଚୋଟରେ ସାନ ଭାଇର ମୃତୁ୍ୟ

Get real time updates directly on you device, subscribe now.

ସିମୁଳିଆ,(ବି.ବି.ନୁ୍ୟଜ୍): ବଡ଼ ଭାଇ ସମ୍ପତ୍ତି ପାଇଁ ସାନ ଭାଇର ଜୀବନ ନେଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି । ସିମୁଳିଆ ଥାନା ଖଇରା ବ୍ଲକ ଅନ୍ତର୍ଗତ ବରୋଦା ପଞ୍ଚାୟତର ବିଷ୍ଣୁପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣକୁ ନେଇ ବଡ଼ ଭାଇର ଭୁଜାଲି ଚୋଟରେ ସାନ ଭାଇର ମୃତୁ୍ୟ ହୋଇଛି । ବଡ଼ଭାଇ ଫେରାର ଥିବା ବେଳେ ତାଙ୍କ ସ୍ତ୍ରୀ, ଝିଅକୁ ପୁଲିସ ଥାନାରେ ଅଟକ ରଖିଛି । ମୃତ ସାନ ଭାଇର ସ୍ତ୍ରୀଙ୍କ ଅଭିଯୋଗ ମୂଳେ ଥାନାରେ ମାମଲା ରୁଜୁ ହୋଇଛି । ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଅଭିଯୋଗରୁ ପ୍ରକାଶ,ବିଷ୍ଣୁପୁର ଗ୍ରାମର ସ୍ୱର୍ଗତ ଲୋକନାଥ ମାଝୀଙ୍କର ସାନପୁଅ ସୁରେଶଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିଥିବାରୁ ସେ ଗୃହ ନିର୍ମାଣ ପାଇଁ ବାସ ସ୍ଥାନ ନିକଟରେ ଜାଗା ଚିହ୍ନଟ କରିବାକୁ ଉଦ୍ୟମ କରିବାରୁ ବଡ଼ ଭାଇ କୈଳାଶ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ କିଛିଦିନ ହେବ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ମଙ୍ଗଳବାର ସାନଭାଇ ସୁରେଶ ଗୃହ ନିର୍ମାଣ ପାଇଁ ଉଦ୍ୟମ କରିବାରୁ ବଡ଼ ଭାଇ କୈଳାଶ ବିରୋଧ କରିଥିଲେ । ଏହାପରେ ପରିସ୍ଥିତି ଉଗ୍ର ରୂପ ନେଇଥିଲା । କୈଳାଶ ଉତ୍କ୍ଷିପ୍ତ ହୋଇ ଏକ ଭୁଜାଲିରେ ସୁରେଶଙ୍କ ମୃଣ୍ଡ, ବେକ ଓ ହାତକୁ ହାଣିଥିଲେ । ସୁରେଶ ରକ୍ତ ଜୁଡୁବୁଡ଼ୁ ହୋଇ ତଳେ ପଡ଼ିଯାଇଥିଲେ । ପଡେ଼ାଶୀମାନେ ତାଙ୍କୁ ଆମ୍ବୁଲାନ୍ସରେ ଭଦ୍ରକ ଡାକ୍ତରଖାନାକୁ ନେଇଯାଇଥିଲେ । ହେଲେ ଡାକ୍ତରଖାନାରେ ପହଞ୍ଚôବା ବେଳକୁ ତାଙ୍କର ମୃତୁ୍ୟ ହୋଇସାରିଥିଲା । ପୁଲିସ ସୂଚନା ପାଇବା ପରେ ଭଦ୍ରକ ଡାକ୍ତରଖାନାକୁ ଯାଇ ଘଟଣାର ତଦନ୍ତ ସହ ମୃତଦେହକୁ ବ୍ୟବଚ୍ଛେଦ କରାଇଥିଲା । ମୃତ ସୁରେଶଙ୍କ ସ୍ତ୍ରୀ ସବିତାଙ୍କ ଅଭିଯୋଗ ମୂଳେ ପୁଲିସ ୨୯୩/୧୯ ନଂରେ ମାମଲା ରୁଜୁ କରିଛି । ହତ୍ୟାକାରୀ କୈଳାଶ ଫେରାର ଥିବାବେଳେ ତାଙ୍କର ସ୍ତ୍ରୀ ଲକ୍ଷ୍ମୀପି୍ରୟା, ଝିଅ ସାବିତ୍ରୀକୁ ଥାନାରେ ଅଟକ ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons