ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ ମଧ୍ୟରେ ବହୁତ ଦିନ ହେଲା ଦେଖାଯାଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବେ ସବୁ ସୀମା ପାର କରି ଯାଇଛି । ସୋମବାର ଗଲୱାନ ଉପତ୍ୟକାରେ ଚୀନ ସେନାର ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ମଧ୍ୟ ଅଛନ୍ତି । ଭାରତୀୟ ନୈନ୍ୟଙ୍କ ପାଲଟା ଜବାବରେ ଚୀନର ୪୩ ଯବାନ ମୃତାହତ ହୋଇଥିବା ଜଣାପଡିଛି । ଉଭୟ ଦେଶ କୁଟନୈତିକ ସର୍ତ୍ତରେ ଏହି ମାମଲାକୁ ଶାନ୍ତ କରିବାକୁ ପ୍ରୟାସ କରୁଛନ୍ତି । ତେବେ ଏହା ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପିଏମ୍ଓରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ୧୯ ତାରିଖର ଅପରାହ୍ନ ୫ଟାରେ ଏହି ସର୍ବଦଳୀୟ ବୈଠକ ବସିବ । ବିଭିନ୍ନ ରାଜନୈତିକ ଦଳର ସଭାପତିମାନେ ଏହି ଭର୍ତ୍ତୁଆଲ ବୈଠକରେ ସାମିଲ ହେବେ ।
Comments are closed, but trackbacks and pingbacks are open.