ପ୍ରଧାନ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ :ଛାତ୍ରଙ୍କୁ ଏପରି ଦେଲେ ଦଣ୍ଡ

Get real time updates directly on you device, subscribe now.

ତେଲକୋଇ: ପ୍ରଧାନ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ । ରାତ୍ରି ଜଗୁଆଳି କାର୍ୟ୍ୟ ନ କରିବାରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମାଡ । ତେଲକୋଇ ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ୟୁଜିଏମଇ ସ୍କୁଲରେ ଘଟିଛି ଘଟଣା । ସ୍କୁଲର ପ୍ରଧାନ ଶିକ୍ଷକ ରମାକାନ୍ତ ବଳ କୌଣସି କାର୍ୟ୍ୟ ନିମନ୍ତେ ବୁଧବାର ଭୂବନେଶ୍ବର ଯାଇଥିଲେ ।
ତାଙ୍କ ରୁମକୁ ରାତ୍ରି ସମୟରେ ଜଗିବା ପାଇଁ ଦୁଇଜଣ ଛାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜଣେ ଛାତ୍ରଙ୍କ ମା ରାତିରେ ସ୍କୁଲରେ ଯାଇ ଶୋଇବାକୁ ମନା କରିଥିଲେ । ଫଳରେ ଛାତ୍ର ସୈମ୍ୟରଞନ ନାୟକ ମଧ୍ୟ ଏକୁଟିଆ ଶିକ୍ଷକଙ୍କ ରୁମ ଜଗିବାକୁ ଯାଇନଥିଲେ ।
ପରଦିନ ସୌମ୍ୟରଞ୍ଜନ ସ୍କୁଲ ଗଲାପରେ ପାର୍ଥନା ସଭା ସରିଲା ପରେ ପ୍ରଧାନ ଶିକ୍ଷକ ତାଙ୍କୁ ନିଜ କକ୍ଷକୁ ଡାକି ବେଲ୍ଟରେ ର୍ନିଧୁମ ବାଡେଇ ଥିଲେ । ସେଥିରେ ମଧ୍ୟ ତାଙ୍କର ମନ ବୁଝି ନଥିଲା ପରେ ପୁଣି ବାଡ଼ିରେ ବାଡେଥିବା କହିଛନ୍ତି ଛାତ୍ର । ଏ ନେଇ ବିଡିଓଙ୍କୁ ଅଭିଯୋଗ ପରେ ଘଟଣାର ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons