ପ୍ରଫେସର ଗୌରାଙ୍ଗ ଚୌଧୁରୀଙ୍କ ଶରୀର ମେଡିକାଲ କଲେଜକୁ ଦାନ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ନୂଆ ବସ୍ଷ୍ଟାଣ୍ଡ ରୋଡ଼ ବାସିନ୍ଦା ବରିÂ ନିଶ୍ଚେତକ ବିଶେଷଜ୍ଞ ପ୍ରଫେସର ଡା ଗୌରାଙ୍ଗ ଚୌଧୁରୀଙ୍କ ମର ଶରୀରକୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁ ଦାନ କରିଛନ୍ତି ପରିବାର ବର୍ଗ । ପ୍ରଫେସର ଚୌଧୁରୀଙ୍କ ୭୮ବର୍ଷ ବୟସରେ ଆଜି ସକାଳ ୬ଟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ପରଲୋକ ହୋଇଛି । ତାଙ୍କ ମର ଶରୀରକୁ ବ୍ରହ୍ମପୁର ବାସ ଭବନକୁ ଅଣାଯାଇ ପଟୁଆରରେ ଏମ୍କେସିଜି ମେଡ଼ିକାଲ କଲେଜକୁ ନିଆଯାଇ ଦାନ କରାଯାଇଥିଲା ।
ପ୍ରଫେସର ଚୌଧୁରୀ ପୂର୍ବରୁ ମେଡିକାଲ୍କୁ ସ୍ୱଇଛାରେ ଦାନ କରିଥିଲେ । ତାଙ୍କର ଦେହାନ୍ତ ପରେ ପରିବାର ଲୋକ ତାଙ୍କ ଇଛାକୁ ସମ୍ମାନ ଜଣାଇ ମେଡିକାଲ କଲେଜକୁ ମର ଶରୀର ଦେଇଛନ୍ତି । ଭୁବନେଶ୍ୱରରୁ ତାଙ୍କ ମର ଶରୀର ଅଣାଯିବା ପରେ ଏମ୍କେସିଜି ମେଡିକାଲ କଲେଜ ଚକ୍ଷୁ ବିଭାଗକୁ ନେଇ ତାଙ୍କ ଚକ୍ଷୁ ଦାନ କରାଯାଇଥିଲା । ପରେ ତାଙ୍କ ବାସଭବନକୁ ଅଣାଯାଇଥିଲା । ଏଠାରେ ବହୁ ବ୍ୟକ୍ତି ବିଶେଷ ପ୍ରଫେସର ଚୌଧୁରୀଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କ ସ୍ତ୍ରୀ ପ୍ରମୋଦିନୀ ଚୌଧୁରୀ, ପୁଅ ଶ୍ରଦେ୍ଧନ୍ଦୁ ଚୌଧୁରୀ ଓ ପୁତ୍ରବଧୂ ମଧୁମିତା ଚୌଧୁରୀ, ଝିଅ ସୁଶ୍ରୀ ଚୌଧୁରୀ ଓ ଜ୍ୱାଇଁ ସତ୍ୟଜିତ୍ ପାଣିଗ୍ରାହୀଙ୍କ ସହମତିରେ ଶରୀର ଦାନ କରାଯାଇଥିଲା । ଶ୍ରଦେ୍ଧନ୍ଦୁଙ୍କ କହିବାନୁସାରେ ତାଙ୍କ ବାପା ପ୍ରଫେସର ଗୌରାଙ୍କ ଶରୀର ଦାନ କରିବାକୁ ଇଛା ରଖିଥିବା ମା’କୁ କହିଥିଲେ । ମୃତୁ୍ୟ ପୂର୍ବରୁ ଏ ସଂପର୍କରେ କହିଥିଲେ । ତାଙ୍କ ଇଛା ପୂରଣ କରିବାକୁ ଶରୀର ଦିଆଯାଇଛି ।
ବ୍ରହ୍ମପୁରରେ ଥିବା ଗଜପତି ଜିଲ୍ଲା ନାଗରିକ ସଂଘ ସମ୍ପାଦକ ଇଂ ତୀର୍ଥବାସୀ ପଣ୍ଡା, କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ପାଢ଼ୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମଧୁସୂଦନ ମହାନ୍ତି, ସମୀର କୁମାର ବିଷୋୟୀ ପ୍ରଫେସରଙ୍କ ମରଶରୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜନନା ହସ୍ପିଟାଲ୍ କର୍ତ୍ତୃପକ୍ଷ, ଏମ୍କେସିଜି ମେଡିକାଲ କଲେଜ ବହୁ ଛାତ୍ରଛାତ୍ର, ଡାକ୍ତର ଉପସ୍ଥିତ ଥିଲେ । ପ୍ରଫେସର ଗୌରାଙ୍ଗ ଚୌଧୁରୀ ଏମ୍କେସିଜି ମେଡିକାଲ କଲେଜ, କଟକ ଏସ୍ସିବି ଏବଂ ବୁର୍ଲା ମେଡିକାଲ କଲେଜରେ ନିଶ୍ଚେତକ ବିଭାଗରେ ଦୀର୍ଘ ୨୫ବର୍ଷ ହେଲା ଶିକ୍ଷାଦାନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons