ବାରିପଦା :କୌଣସି ଥାଇଥାନ ବ୍ୟବସ୍ଥା ନ କରି ଜୋରଜବରଦସ୍ତ ଗଳାଧକ୍କା ଦେଇ ଶତାଧତ୍କ ଗରିବ ଲୋକଙ୍କୁ ବାସହରା କଲା ପ୍ରଶାସନ। ଏଭଳି ଅମାନୁଷିକ ଘଟଣା ଦେଖା ଦେଇଛି ମୟୂରଭ ଜିଲ୍ଲାରେ। ଅଭିଯୋଗ ଅନୁଯାୟୀ କୁଳିଅଣା ବ୍ଲକ୍ ଅନ୍ତର୍ଗତ କେଉଟୁଣୀମାରି ପଞ୍ଚାୟତ ଅଧତ୍ନରେ ଥତ୍ବା ହାତୀମଡା, ରଙ୍ଗୀବେଡା, ଦର୍ଦରା ଏବଂ ନଦୁମଣୀ ଗ୍ରାମର ଶତାଧତ୍ଜକ ପରିବାଙ୍କୁ ବାସହୀନ କରିଛି ମୟୂରଭ ଜିଲ୍ଲା ପ୍ରଶାସନ। ଗତକାଲି ଅଚାନକ ଭାବେ କୁଳିଅଣା ତହସିଲଦାର ପୋଲିସଫୋର୍ସ ଧରି ପହଞ୍ଚିଥିଲେ ଏହି ଗ୍ରାମରେ। ସୂଚନା ଅନୁସାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧିନରେ ଥବା ଏହି ହଳଦିଆବନ୍ଧର ପୁନରୁଦ୍ଧାର ପାଇଁ ଚାଲିଛି ଉଚ୍ଛେଦ ପ୍ରକ୍ରିୟା।
ଯେଉଥତ୍ପାଇଁ ଦୀର୍ଘ ବର୍ଷ ପୂର୍ବରୁ ସେହି ସ୍ଥାନକୁ ଖାଲି କରିବା ପାଇଁ ଅନ୍ୟ ସ୍ଥାନରେ ଥଇଥାନ ବ୍ୟବସ୍ଥା କରି ଜମିପଟ୍ଟା ଦିଆ ଯାଇଥତ୍ଲା। କିନ୍ତୁ ତାଙ୍କୁ ନା ଦିଆ ଯାଇଥବା କୌଣସି ଜମିର ଚିହ୍ନଟ, ନା ଘରଟିଏ। ହଲେ ପ୍ରଶାସନ ଏସବୁ ସମସ୍ୟାକୁ ଅଣଦେଖା କରି ଗ୍ରାମବାସୀଙ୍କୁ ତୁରନ୍ତ ଘର ଖାଲି କରିବାକୁ କହିଥିଲେ। ତବେ ପୂର୍ବରୁ ପ୍ରଶାସନ ପକ୍ଷରୁ ଥଇଥାନ ବ୍ୟବସ୍ଥା କରା ଯାଇ ନଥିବାରୁ ଘର ଛାଡିବାକୁ ରାଜି ହୋଇ ନଥଲେ ଗ୍ରାମବାସୀ। ଫଳରେ ତହସିଲଦାର ନିଜ ଉପସ୍ଥିତିରେ ପୋଲିସ ଦ୍ବାରା ବଳ ପୂର୍ବକ ଖାଇବା ଥାଳିରୁ ଗଳାଧକ୍କା ଦେଇ ଘରୁ ତଡିଦେବା ସହିତ ଘର ଭାଙ୍ଗି ଦେଇଥବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଅନ୍ୟପଟେ ଆଜି ମଧ୍ୟ ଗତକାଲି ଘଟଣାର ପୁନରାବୃତ୍ତି ହୋଇଥିଲା। ପୁଣି ତହସିଲଦାର ସଦଳବଳେ ପହଞ୍ଚିଥଲେ ଘଟଣ୍। ସ୍ଥଳରେ। ଆଜି ପୁଣି ଘରଭାଙ୍ଗବାର ଥିଲା। ତବେ ତା ପୂର୍ବରୁ ଏକତ୍ରିତ ହୋଇଥଲେ ଏହି ୪ ଗ୍ରାମର ବାସହରା ଗ୍ରାମବାସୀ। ଫଳରେ ଘଟଣା ସ୍ଥଳରେ ମୁହାଁମୁହିଁ ହୋଇଥଲେ ଗ୍ରାମବାସୀ ଏବଂ ପ୍ରଶାସନିକ ଅଧତ୍କାରୀ। ଦୀର୍ଘ ସମୟ ବୁଝାସୁଝା ପରେ ଥଇଥାନ ପାଇଁ ବ୍ୟବସ୍ଥା କରି ଘର ଭଙ୍ଗାଯିବା କଥା କହିଛନ୍ତି କୁଳିଅଣା ତହସିଲଦାର।
ଏ ସମସ୍ତ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଉଷ୍ମତା। ଖବରପାଇ ଘଟଣା ସ୍ଥଳରେ ପହଞ୍ଚିଥଲେ ବିଜେପିର ଏସ୍ଟି ମୋର୍ଚ୍ଚ।ର ରାଜ୍ୟ ସାଧାରଣ ସମ୍ପାଦକ ସୁଗଦା ମୁର୍ମୁ। ଏ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ସହ ଆଲୋଚନା କରିଥଲେ। ପ୍ରଶାସନ ପକ୍ଷରୁ କୌଣସି ଥଇଥାନ ବ୍ୟବସ୍ଥା ନ କରି ଗଳାଧକ୍କା ଦେଇ ଘରୁ ତଡିବା ସହ ଘର ଭାଙ୍ଗିବା ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି। କେବଳ ସେତିକି ନୁହେଁ, ଏ ସମସ୍ତ ଘଟଣାକୁ ନଜର ରେ ରଖି ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା କାର୍ୟ୍ୟକ୍ରମ ଏକ ପ୍ରହସନ ବୋଲି କହିଛନ୍ତି ସୁଗଦା।
ଏ ସମସ୍ତ ଗ୍ରାମବାସୀ ଖଡିଆ ଆଦିବାସୀ ସମ୍ପ୍ରଦାୟର ହୋଇଥବା ହେତୁ ସରକାରଙ୍କର ବିଭିନ୍ନ ଯୋଜନାର ଅନୁକମ୍ପା ପାଇବା ପରିବର୍ତ୍ତେ ସରକାରୀ ବାବୁ ମାନଙ୍କର ଖାମଖତ୍ଆଲି ନୀତି ପାଇଁ ଧକ୍କା ଖାଇ ବିସ୍ଥାପିତ ହେବା କତେ ଯୁକ୍ତିଯୁକ୍ତ ତାହା ଆଲୋଚନାର ବିଷୟ।
Comments are closed, but trackbacks and pingbacks are open.