ପ୍ରଶାସନ ବୁଝିଲାନି ଦୁଃଖ, ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

Get real time updates directly on you device, subscribe now.

ପାତ୍ରପୁର,(ବି.ବି.ନୁ୍ୟଜ୍): ପ୍ରଶାସନ ନିର୍ମାଣ କଲାନି ରାସ୍ତା । ଜରୁରିକାଳୀନ ପରିସ୍ଥିତିରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ବାରମ୍ବାର ଅନୁରୋଧ ସତ୍ତେ୍ୱ ପ୍ରଶାସନ କର୍ଣ୍ଣପାତ କଲାନି । ତିତ୍ଲି ବାତ୍ୟା ପରଠାରୁ ନଷ୍ଟ ହୋଇଯାଇଥଲା ରାସ୍ତା । ଶେଷର ଗ୍ରାମବାସୀ ଏକତ୍ରିତ ହୋଇ ରାସ୍ତା ନିର୍ମାଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ପାତ୍ରପୁର ବ୍ଲକ୍ ତୁମ୍ବା ପଞ୍ଚାୟତର ଆଦିବାସୀ ବହୁଳ ଠଣାଗାଁ ବାସିନ୍ଦା ଉଦାହରଣ ସୃଷ୍ଟି କରିଛନ୍ତି । ମଙ୍ଗଳବାର ଗ୍ରାମର ୫୦ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଏକତ୍ରିତ ହୋଇ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଠଣାଗାଁ ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାସ୍ତାରେ ମାଟି ପକାଇ ସମତୁଲ କରିଛନ୍ତି । ପାହାଡ଼ରୁ ଝରଣା ଜଳ ଆସି ରାସ୍ତା ବନ୍ଦ ହୋଇଥିବା ଜାଗାକୁ ସଜାଡ଼ିଛନ୍ତି । ଠଣାଗାଁର ୱାଡର଼୍ ସଭ୍ୟା ରେଣୁ ପ୍ରଧାନ, ଚିତ୍ର ପ୍ରଧାନ, ହାର ପ୍ରଧାନ, ପାର୍ବତୀ ବଡ଼ମୁଣ୍ଡି, ଶିବାନୀ ପ୍ରଧାନ, ସୀତା ପ୍ରଧାନ, ପାବତ୍ରୀ ପ୍ରଧାନ, ରାଜୁ ପ୍ରଧାନ, ଘନ ଡାକୁଆ, ମଙ୍ଗଳ ପ୍ରଧାନ, ହରି ପ୍ରଧାନ, ଶୁକ୍ରୁ ପ୍ରଧାନ, ନରସିଂହ ପ୍ରଧାନ ଏବଂ କାର୍ତ୍ତିକା ପ୍ରଧାନ ପ୍ରମୁଖ ରାସ୍ତା ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଥିଲେ । ପୂର୍ତ୍ତ ବିଭାଗ ରାସ୍ତାଠାରୁ ଠଣାଗାଁ, ଅଳିବାଡ଼ ଓ ବାଣିଖାଲ ଦେଇ ତୁମ୍ବା, ବୁରାତାଳ ଓ ଆଙ୍କୁଲି ପଞ୍ଚାୟତର ୧୨ ଖଣ୍ଡ ଗାଁକୁ ସଂଯୋଗ ହେଉଥିଲା ଏହି ରାସ୍ତା । ଖରାପ ରାସ୍ତା ଯୋଗୁଁ ସରକାରୀ ଆବାସ କାର୍ଯ୍ୟାଦେଶ ପାଇଥିବା ବହୁ ହିତାଧିକାରୀ ବାଲି, ଇଟା, ପଥର ଓ ସିମେଣ୍ଟ ପରିବହନ କରି ପାରୁନଥିଲେ । ପ୍ରଶାସନ ଉପରୁ ଭରସା ତୁଟାଇ ଆଦିବାସୀ ମୂଲକର ଏହି ଗ୍ରାମବାସୀ ନିଜ ଗାଁ ରାସ୍ତା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons