ପ୍ରଶାସନ ଶୁଣିଲାନି:ଗ୍ରାମବାସୀ ତିଆରି କଲେ କାଠପୋଲ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ଗତ ତିତିଲି ବନ୍ୟା ବେଳେ କୋଟଗଡ଼ ବ୍ଲକ ରଡିଗୁମା ପଞ୍ଚାୟତର ପୁଡ଼ାବାଲି ନୂଆସାହି ରାସ୍ତାରେ ଥିବା ଏକ କଲଭର୍ଟ ଭାସି ଯାଇଥିଲା । ଗ୍ରାମବାସୀ ଯାତାୟତରେ ହଇରାଣ ହେଉଥିଲେ । ଉକ୍ତ ଗ୍ରାମରେ ୩୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ପ୍ରତିଦିନ ବିଭିନ୍ନ କାମରେ ପଞ୍ଚାୟତ ସଦର ମହକୁମାକୁ ନାଳ ଭିତର ଦେଇ ଯିବାକୁ ପଡୁଥିଲା । ଜରୁରି ସମୟରେ ଆମ୍ବୁଲାନ୍ସ ଆସି ପାରୁ ନଥିଲା । ଗ୍ରାମବସୀ ବହୁବାର ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ । କୌଣସି ପଦକ୍ଷେପ ନିଆ ଗଲା ନାହିଁ । ଶେଷରେ ନିରାଶ ହୋଇ ଗ୍ରାମର ଯୁବଗୋÂୀ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଲେ । ସମସ୍ତେ ଶ୍ରମଦାନ କରି ସେଠାରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି । ଫଳରେ ଏବେ ଗ୍ରାମକୁ ଯାତାୟତର ସମସ୍ୟାର ଅସ୍ଥାୟୀ ସମାଧାନ ହୋଇଛି । ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ସେଠାରେ ଏକ କଂକ୍ରିଟ୍ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ନଚେତ୍ ଆନେ୍ଦାଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons