ଭୁବନେଶ୍ୱର: ଜ୍ଞାନପୀଠ ପୁରସ୍କାର ବିଜୟିନୀ ତଥା ପ୍ରସିଦ୍ଧ ଲେଖିକା ପ୍ରତିଭା ରାୟଙ୍କ ସ୍ୱାମୀ ଅକ୍ଷୟ ଚନ୍ଦ୍ର ରାୟଙ୍କ ପରଲୋକ ହୋଇଯାଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।
ଗତକାଲି ଅପରାହ୍ନ ୪ଟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଅକ୍ଷୟ ଚନ୍ଦ୍ର ଅସୁସ୍ଥ ଥିଲେ। ଗତ କିଛି ଦିନ ଧରି ସେ ହସ୍ପିଟାଲ୍ରେ ମଧ୍ୟ ଭର୍ତ୍ତି ହୋଇଥିଲେ।
ଗତକାଲି ସେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇ ଘରକୁ ଆସିଥିଲେ। ତେବେ ଅପରାହ୍ନରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାରୁ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେ ଜଣେ ସରକାରୀ ଇଞ୍ଜିନିୟର ଥିଲେ। ଏଥିସହ ସେ ‘ଆଦ୍ୟା ପ୍ରକାଶନୀ’ର ପ୍ରକାଶକ ମଧ୍ୟ ଥିଲେ।
Comments are closed, but trackbacks and pingbacks are open.