
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ପ୍ରସ୍ତାବିତ ବିଜୁଳି ଦର ବୃଦ୍ଧିକୁ ବିରୋଧ କରିଛି ବିଜେପି । ଆଜି ଦେବେନ୍ଦ୍ର ବାହିନୀପତିଙ୍କ ନେତୃତ୍ୱରେ ବିଜେପି କର୍ମୀ ସ୍ଥାନୀୟ ଟାଟା ପାୱାର ଦକ୍ଷିଣାଞ୍ଚଳ ବିଦୁ୍ୟତ ବିତରକ କମ୍ପାନି କାର୍ଯ୍ୟାଳୟରେ ବିକ୍ଷୋଭ କରିଛନ୍ତି । ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ବିିଜେପି କର୍ମୀ କହିଛନ୍ତି, ଆସନ୍ତା ୪ ତାରିଖରୁ ବିଜୁଳି ଦର ବୃଦ୍ଧି କରିବା ସମ୍ପର୍କରେ ରାଜ୍ୟ ସରକାର ଘୋଷଣା କରିଥିଲେ । ଘରୋଇ ଗ୍ରାହକଙ୍କୁ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରିଛନ୍ତି । ୬ ମାସ ପୂର୍ବରୁ ୟୁନିଟକୁ ୨୦ ପଇସା ବୃଦ୍ଧି କରିଥିଲେ । ଯଦ୍ୱାରା ୬ ମାସ ମଧ୍ୟରେ ୟୁନିଟ ପିଛା ୫୦ ପଇସା ବୃଦ୍ଧି ପାଇବ । ଏହା ସାଧାରଣ ଗ୍ରାହକଙ୍କୁ ଅଧିକ ବାଧିବ । ରାଜ୍ୟ ବିଦୁ୍ୟତ ଉପôାଦନରେ ବଳକା ରାଜ୍ୟ ହୋଇଥିବା ବେଳେ ଦର ବୃଦ୍ଧି କରିବା କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ । କମ୍ପାନିମାନଙ୍କୁ ସୁହାଇଲା ଭଳି କାର୍ଯ୍ୟ କରାଯାଉଛି । ଦର ବୃଦ୍ଧି ଦ୍ୱାରା କମ୍ପାନି ଅଧିକ ଲାଭ ପାଇବ । ଲାଭ ତୁଳନାରେ ସେବା ଯୋଗାଇ ଦିଆଯାଉନି । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦର ବୃଦ୍ଧି ସ୍ଥଗିତ ରଖାଯାଉ । ନ ହେଲେ ଆଗାମୀ ଦିନରେ ବିଜେପି ଆନେ୍ଦାଳନ କରିବାକୁ ବାଧ୍ୟ ହେବ । ଆଜିର ବିକ୍ଷୋଭରେ ଲଳିତ ଅଗ୍ରୱାଲ, ଅମରଲାଲ ଆହୁଜା, ମୀନକେତନ ପରିଚ୍ଛା, କନ୍ଦର୍ପ ପାଣିଗ୍ରାହୀ, ରମେଶ କୁମାର ବିଶୋଇ, ଲକ୍ଷ୍ମୀନାରାୟଣ ପାଢି, ପି. ନବୀନ କୁମାର, ଶ୍ୟାମସୁନ୍ଦର ବେହେରା ପ୍ରମୁଖ ସାମିଲ ହୋଇଥିଲେ ।
Comments are closed, but trackbacks and pingbacks are open.