ପ୍ରାକୃତିକ ପର୍ଯ୍ୟଟନ ହବ୍ ହେବ ନୃସିଂହନାଥ, ହରିଶଙ୍କର

Get real time updates directly on you device, subscribe now.

ବଲାଙ୍ଗିରÿ,(ବି.ବି.ନୁ୍ୟଜ): ପୌରାଣିକ ଆସ୍ଥାରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଧନ ପର୍ବତଶ୍ରେଣୀ । ଗନ୍ଧମାର୍ଦ୍ଧନ ବକ୍ଷରେ ଶୋଭା ପାଉଥିବା ନୃସିଂହନାଥ ଓ ହରିଶଙ୍କର ପୀଠ ଉଭୟ ଆଧ୍ୟାତ୍ମିକ ଓ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଦକ୍ଷତା ରଖିଛି । ଧାର୍ମିକ ପୀଠ ହେଲେ ବି ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ କମ୍ ସ୍ଥାନରେ ଦେଖିବାକୁ ମିଳେ । ତେଣୁ ପ୍ରକୃତି, ପରିବେଶକୁ ଦୃଷ୍ଟିରେ ରଖି ଏଠିକାର ବିକାଶ କରାଯିବ । ସମଗ୍ର ଇକୋ ସେନ୍ସିଟିଭ ଜୋନର ସୁରକ୍ଷା ଓ ମାନ୍ୟତା ପାଇଁ କମ୍ପୋଜିଟ ଡେଭଲପମେଣ୍ଟ କରାଯିବ । ସେଥିପାଇଁ ଏକ ବିଶେଷଜ୍ଞ ଟିମ୍ ଆସି ବରଗଡ଼ ଜିଲ୍ଲାର ପାଇକମାଳରୁ ନୃସିଂହନାଥ ମନ୍ଦିର ଯାଏଁ ଏବଂ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲରୁ ହରିଶଙ୍କର ଯାଏଁ ସର୍ଭେ କରି ମାଷ୍ଟରପ୍ଲାନ ଉପସ୍ଥାପନ କଲାପରେ ଉନ୍ନତିକରଣରେ ଅର୍ଥ ବିନିଯୋଗ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏହି ପୀଠଗୁଡ଼ିକର ବିକାଶ କରାଯାଇ ଅନନ୍ୟ ପର୍ଯ୍ୟଟନସ୍ଥଳୀ କରାଯିବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଆଜି ଏକ ଉଚ୍ଚସ୍ତରୀୟ କମିଟି ଦିନିକିଆ ବରଗଡ଼ ଓ ବଲାଙ୍ଗିର ଗସ୍ତରେ ଆସି ନୃସିଂହନାଥ ଏବଂ ହରିଶଙ୍କର ପୀଠ ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ କ୍ରମେ ମୁଖ୍ୟଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟର ବରିÂ ଆଇଏଏସ୍ମାନେ ଆଜି ଉଭୟ ପୀଠର ସ୍ଥିତି ପରିଦର୍ଶନ କରିଥିଲେ । ୫ଟି ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଜଳସମ୍ପଦ ବିଭାଗ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍. ଭିନିଲ କ୍ରୀଷ୍ଣା ତାଙ୍କୁ ସହଯୋଗ କରିଥିଲେ ।
ଆଜି ସକାଳେ କମିଟି ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପରେ ଓହ୍ଲାଇବା ପରେ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଓ ଏସ୍ପି ପଦ୍ମିନୀ ସାହୁ, ପଦ୍ମପୁର ଉପିଲ୍ଲାପାଳ ତନ୍ମୟ ଦରୁଆନଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । ଆଇଏଏସ୍ ଟିମ୍ ପ୍ରଥମେ ନୃସିଂହନାଥରେ ପହଞ୍ଚି ପୀଠ ଦର୍ଶନ ସହ ଝରଣାର ନୈସର୍ଗିକ ଦୃଶ୍ୟ ପରିଦର୍ଶନ କରିଥିଲେ । ସେବାୟତଙ୍କ ସହ ସୌଜନ୍ୟମୂଳକ ସକ୍ଷାତରେ ମନ୍ଦିର ସହ ତାଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ସ୍ଥାନୀୟ ଅତିଥି ବିହାର ପରିସରରେ ମନ୍ଦିର ସ୍ଥିତି ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ଏସ୍ପି ଶ୍ରୀମତୀ ସାହୁଙ୍କ ଉପସ୍ଥିତିରେ ମନ୍ଦିର ଟ୍ରଷ୍ଟବୋଡର଼୍ ପରିଚାରକ ପାଇକାମାଲ ବିଡ଼ିଓ ସୁରେନ୍ଦ୍ର ମେହେର, ମନ୍ଦିର ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଏବଂ ପରିଚାଳନା କମିଟି ସଦସ୍ୟ ଯୋଗଦେଇ ମନ୍ଦିରର ସ୍ଥାବର, ଅସ୍ଥାବର ସମ୍ପତ୍ତି, ପାଳିତ ହେଉଥିବା ପର୍ବପର୍ବାଣୀ, ପୂଜକଙ୍କ ବ୍ୟବସ୍ଥା, ମାଗଣା ପଂକ୍ତିଭୋଜନ ହରିହର ପଙ୍ଗତ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆମଗନକୁ ବ୍ୟାପକ କରିବାକୁ ଉତ୍ତମ ବ୍ୟବସ୍ଥା ପାଇଁ ପଦକ୍ଷେପ ନେଇ ନୃସିଂହନାଥ ପୀଠର ଉନ୍ନତୀକରଣ, ପର୍ଯ୍ୟଟନର ବିକାଶ ଦିଗରେ ସାହାଯ୍ୟ କାମନା କରିଥିଲେ । ବିଭିନ୍ନ ଘାଟର ମରାମତି ଓ ପୁନରୁଦ୍ଧାର, ସୋଲାର ଲାଇଟ ବ୍ୟବସ୍ଥା, ରାସ୍ତାର ପ୍ରଶସ୍ତିକରଣ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରହିବା ଖାଇବା ଉଚିତ ବ୍ୟବସ୍ଥା, ଗମନାଗମନର ସୁବନେ୍ଦାବସ୍ତ, ଯାତ୍ରୀ ନିବାସ ନିର୍ମାଣ, ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ଆଦିକୁ ତ୍ୱରାନ୍ୱିତ କରିବାକୁ ଦାବି କରିଥିଲେ । ଉପସ୍ଥିତ ଅଧିକାରୀ, ସେବାୟତ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ବିସ୍ତୃତ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଦାବି ଗୁଡ଼ିକ ପ୍ରତି ସକରାତ୍ମକ ମତ ପୋଷଣ କରିଥିଲେ ।
ନୃସିଂହନାଥ ଗସ୍ତ ସାରି ଉଚ୍ଚସ୍ତରୀୟ ଟିମ ମଧ୍ୟାହ୍ନ ୧୨ଟା ୧୫ ମିନିଟ ସମୟରେ ହରିଶଙ୍କର ପହଞ୍ଚିଥିଲେ । ସେଠାରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍ପି ନୀତିନ କୁଶଲକରଙ୍କ ସମେତ ପଦସ୍ଥ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । ଆଇଏଏସ୍ମାନେ ହରିଶଙ୍କର ମହାପ୍ରଭୁଙ୍କ ଦର୍ଶନ କରିବା ସହ ମନ୍ଦିର ଚତୁଃପାଶ୍ୱର୍ ସହ ପାପନାଶିନୀ ଝରଣା କୂଳକୁ ଯାଇ ପ୍ରାକୃତିକ ପରିବେଶକୁ ଦେଖିଥିଲେ । ହରିଶଙ୍କର ମନ୍ଦିର ପରିଚାଳନା କମିଟି ତରଫରୁ ସଦସ୍ୟ ଅଭୟ ତ୍ରିପାଠୀ ମନ୍ଦିର ଚତୁଃପାଶ୍ୱର୍ ଉନ୍ନତିକରଣ, ଯାତ୍ରୀଙ୍କ ପାଇଁ ରହିବା ବ୍ୟବସ୍ଥା, ଗନ୍ଧମାର୍ଦ୍ଧନ ପାହାଡରୁ ମିଳୁଥିବା ଲଘୁ ବନଜାତ ଦ୍ରବ୍ୟର ବ୍ୟବସାୟୀକରଣ, ଔଷଧିୟ ବୃକ୍ଷମାନଙ୍କ ପ୍ରକ୍ରିୟାକରଣ ଏବଂ ହରିଶଙ୍କର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏକ ଦୈନନ୍ଦିନ ଯାତ୍ରୀବାହୀ ବସ ଚଳାଚଳ ଦାବି ଜଣାଇଥିଲେ । ସେହିପରି ମନ୍ଦିର ପୂଜକ ନରସିଂହ ପୂଜାରୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଐତିହାସିକ ଗନ୍ଧମାର୍ଦ୍ଧନ ପର୍ବତ ସମ୍ପର୍କରେ ସୂଚନା ଦେଇଥିଲେ ।
ଶେଷରେ ଡବ୍ଲୁ୍ୟଓଡିସି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ହରିଶଙ୍କର ଏବଂ ନୃସିଂହନାଥ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ରହିଛି । ଉଭୟ ପୀଠକୁ ସଂଯୋଗ କରିବା ପାଇଁ ଉନ୍ନତ ରାସ୍ତା ତିଆରି କରାଯିବ । ବାଟରେ ଯାତ୍ରୀଙ୍କ ପାଇଁ ସାମୟିକ ବିଶ୍ରାମ ଓ ଖାଇବା ବ୍ୟବସ୍ଥା ରହିବ । ପୂଜକ ଏବଂ ପରିଚାଳନା ଟ୍ରଷ୍ଟର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା କରାଯିବ ବୋଲି କହିଥିଲେ । ହରିଶଙ୍କର ଏବଂ ନୃସିଂହନାଥକୁ ସଂଯୋଗ କରୁଥିବା ଚଲାପଥ (ପାହାଡି ରାସ୍ତା) ଉନ୍ନତିକରଣ କରାଯାଇ ପାଣି, ବିଶ୍ରାମସ୍ଥଳୀ, ଶୌଚାଳୟ ପ୍ରଭୃତି ସୁବିଧା କରାଯିବ । ଏପରିକି ବୈଷୟିକ କମିଟିର ଅନୁସନ୍ଧାନ ପରେ ଫିଜିବିଲିଟି ରହିଲେ ହରିଶଙ୍କରରୁ ନୃସିଂହନାଥକୁ ଏକ ରୋପୱେ ମଧ୍ୟ ନିର୍ମାଣ କରାଯିବ । ଉଭୟ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଠିକ ସଂଯୋଗ ହୋଇପାରିଲେ ଏହା ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି କହିଥିଲେ । ଏନେଇ ଏକ ପରାର୍ମଶଦାତାଙ୍କୁ ଦାୟିତ୍ୱ ଦିଆଯାଇଛି । ତାଙ୍କ ନେତୃତ୍ୱରେ ଖୁବ ଶୀଘ୍ର ଏକ ପ୍ରତିନିଧିଦଳ ଏଠାକୁ ଆସିବେ । ଠିକ୍ ଯେମିତି ପୁରୀ, ଏକ୍ରାମ କ୍ଷେତ୍ର ଏବଂ ସମ୍ବଲପୁରର ସମଲେଇ ମନ୍ଦିରର ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି, ସେହିଭଳି ଏହାର ମଧ୍ୟ ଉନ୍ନତି କରାଯିବ ବୋଲି କହିଥିଲେ । ପରେ ଉଚ୍ଚସ୍ତରୀୟ ଟିମ ହରିଶଙ୍କରରୁ ବାହାରି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପରିଦର୍ଶନରେ ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons