ଅନୁଗୋଳ : ମହିଳାଙ୍କ ଦେହରେ ଲାଗୁଛି ଭୂତ । ଭୂତ କହୁଛି ମୃତ୍ୟୁର ରହସ୍ୟ । ଏମିତି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ନତଡା ଗ୍ରାମରେ । ଜଣେ ଅବିବାହିତ ମୃତ ଯୁବକର ଆତ୍ମା ମହିଳାମାନଙ୍କର ଶରୀରରେ ପ୍ରବେଶ କରୁଛି। ଆଉ ସେହି ମହିଳାମାନେ ଅସ୍ବାଭାବିକ ଆଚରଣ ମଧ୍ୟ କରୁଛନ୍ତି । ଯୁବକ ଜଣଙ୍କ ବିଡି ଆଉ ମଦ ପିଏ । ମହିଳା ମାନେ ମଧ୍ୟ ସେହି ସମାନ ଆଚରଣ କରୁଛନ୍ତି । କହୁଛନ୍ତି, ‘ମୋତେ ମାରି ଦିଆଯାଇଛି, ମୋତେ ନ୍ୟାୟ ଦରକାର’ । ଏଭଳି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଭାଇରାଲ୍ ହେବାରେ ଲାଗିଛି।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୯୮ ତାରିଖରେ ନତଡାର ମହାଦେବ ଖଟୁଆଙ୍କ ଅବିବାହିତ ପୁଅ ପଞ୍ଚାନନ ଖଟୁଆଙ୍କ ଶବ ପଡୋଶୀଙ୍କ କୂଅରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ତା ପରଠାରୁ ବିଭିନ୍ନ ମହିଳାଙ୍କ ଦେହରେ ଏହି ଅତୃପ୍ତ ଆତ୍ମା ପ୍ରବେଶ କରୁଥିବା ଲୋକମାନେ କହୁଛନ୍ତି । ତେଣୁ ଏହାକୁ ନେଇ ଗାଁର ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ କିଛିଲୋକ ଏହାକୁ ମିଛ ବୋଲି ମଧ୍ୟ କହୁଛନ୍ତି। ଏହା ସ୍ନାୟବିକ ରୋଗ ଅଥବା ମନରେ ଭୟ ଥିବାରୁ ମହିଳାମାନେ ଏଭଳି ଆଚରଣ କରୁଛନ୍ତି ବୋଲି କହୁଛନ୍ତି । ଆଧୁନିକ ସମାଜରେ ଏଭଳି ଅନ୍ଧବିଶ୍ବାସ ଗ୍ରହଣୀୟ ନୁହେଁ ବୋଲି କହୁଛନ୍ତି।
Comments are closed, but trackbacks and pingbacks are open.