ଭଦ୍ରକ: ଲଭ୍, ସେକ୍ସ ଓ ଧୋକା। ଶେଷରେ ପ୍ରେମିକାକୁ ପ୍ରତାରଣା କରିବା ଅଭିଯୋଗରେ ବନ୍ଧା ହେଲା ପ୍ରେମିକ। ଯୁବତୀଙ୍କ ଅଭିଯୋଗ କ୍ରମେ ପ୍ରେମିକକୁ ପୁଲିସ୍ ଗିରଫ କରିଛି। ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରେ।
ସୂଚନା ଅନୁସାରେ, ଅସୁରା ଗାଁର ପ୍ରମୋଦ ଲେଙ୍କା ନାମକ ଜଣେ ଯୁବକ ୪ ବର୍ଷ ହେବ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଗତ ଡିସେମ୍ବର ୫ରେ କୋର୍ଟରେ ବିବାହ କରିବାକୁ କହି ସମ୍ପୃକ୍ତ ଯୁବତୀଙ୍କୁ ପ୍ରମୋଦ ନେଇ ଆସିଥିଲେ। କିନ୍ତୁ ଯୁବତୀଙ୍କୁ ବିବାହ ନ କରି ସଂପର୍କୀୟଙ୍କ ଘରେ ଛାଡି କେଉଁ ଆଡ଼େ ଚାଲି ଯାଇଥିଲେ। ପରେ ବିବାହ କରିବାକୁ ୧୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଦେଲେ ବିବାହ କରିବି ବୋଲି ପ୍ରମୋଦ କହିଥିଲେ। ଯଦି ଏହି କଥା ସେ(ଯୁବତୀ) କାହାକୁ କୁହନ୍ତି ତେବେ ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ କରି ଦେବା ନେଇ ପ୍ରମୋଦ ଧମକ ଦେଇଥିଲେ।
ଏହାପରେ ଯୁବତୀ ଜଣକ ତାଙ୍କ ପରିବାର ଲୋକଙ୍କ ସହ ପ୍ରମୋଦଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପ୍ରମୋଦଙ୍କ ଘର ଲୋକ ଉକ୍ତ ଯୁବତୀଙ୍କୁ ଗାଳିଗୁଲଜ କରିଥିଲେ। ଶେଷରେ ବାଧ୍ୟ ହୋଇ ଯୁବତୀ ଜଣକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ପ୍ରମୋଦକୁ ଗିରଫ କରିଛି।
Comments are closed, but trackbacks and pingbacks are open.