ପ୍ରେମିକା ଘର ଲୋକେ କାଟିଦେଲେ ପ୍ରେମିକର ବେକ

Get real time updates directly on you device, subscribe now.

ଖୋର୍ଦ୍ଧା: ଜଟଣୀ ଥାନା ଅନ୍ତର୍ଗତ ତରାବୋଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବିବାହ ପ୍ରସ୍ତାବ ନେଇ ଆସିଥିବା ଯୁବକଙ୍କ ସହ ଝିଅଘର ଲୋକଙ୍କ ହଠାତ ବଚସା ହୋଇଥିଲା । ଏହି ବଚସାବେଳେ ଝିଅଘର ଲୋକେ ଯୁବକଙ୍କ ଚଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଜଣାପଡିଛି ।
ଖବର ନେବାରେ ଜଣାପଡିଛି ଯେ, ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମର ସକିଲ ଖାନ ନାମକ ଜଣେ ଯୁବକ ତରାବୋଇ ଅଂଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଆଜି ସଂପୃକ୍ତ ଯୁବତୀ ତାଙ୍କ ପ୍ରେମିକ ଏବଂ ତାଙ୍କ ବାପାଙ୍କୁ ବିବାହ ସ୍ଥିର କରିବା ପାଇଁ ତାଙ୍କ ଘରକୁ ଡାକିଥିଲେ ।
ତେବେ ସେଠାରେ ବିବାଦ ହେବାରୁ ଝିଅ ଘର ଲୋକେ ପୁଅର ବେକ କଟିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଯୁବକ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।ସକିଲଙ୍କ ମା ଅଭିଯୋଗ କରିଛନ୍ତି ଯେ, ଝିଅର ଭିଣୋଇ, କକାପୁଅ ଭାଇ ମିଶି ଏଭଳି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons