ପ୍ରେମ ସଂପର୍କକୁ ନେଇ ଆକ୍ରମଣ: ୬ ଗୁରୁତର ଆହତ

Get real time updates directly on you device, subscribe now.

ଡୁଙ୍ଗୁରିପାଲି,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ଡୁଙ୍ଗୁରିପାଲି ଥାନା ଅର୍ନ୍ତଗତ ସିଆଲି ଗ୍ରାମରେ ଆଜି ପ୍ରେମ ସଂପର୍କକୁ ନେଇ ମରଣାନ୍ତକ ଆକ୍ରମଣରେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ହୋଇଥିବା ଲୋକଙ୍କଠାରୁ ପ୍ରକାଶ ଯେ, ସିଆଲି ଗ୍ରାମର ସାହେବ ନିଆାଲିଙ୍କ ନାତି ସେହି ଗ୍ରାମର ଜଣେ ଯୁବତୀଙ୍କୁ ବହୁଦିନରୁ ଭଲ ପାଉଥିଲେ । କିଛିଦିନ ପୂର୍ବରୁ ଉକ୍ତ ଦୁଇଜଣ ଯୁବକ ଯୁବତୀ ଘରୁ ଫେରାର ହୋଇଥିଲେ । ଉକ୍ତ ଘଟଣାକୁ ନେଇ ସେହି ଗ୍ରାମର ରଙ୍କମଣି ଜାଲଙ୍କ ପରିବାର ଲୋକେ ନିଆଲି ପରିବାର ଉପରେ ଆକ୍ରୋଶ ରଖିଥିଲେ । ଆଜି ମଧ୍ୟାହ୍ନରେ ରଙ୍କମଣି ଜାଲ ଓ ତାର ତିନିପୁଅ ଗଜେନ୍ଦ୍ର ଜାଲ, ରାହେଶ ଜାଲ ଓ ଗୋବିନ୍ଦ ଜାଲ ନିଆଲି ପରିବାରଙ୍କ ଘରକୁ ଯାଇ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସାହେବ ନିଆଲି, ଭଉଣୀ ଅପସରା ଷାଣ୍ଢ, ପୁତୁରା ରୋହିତ ନିଆଲି, ହିମାଦ୍ରି ନିଆାଲି, ସତ ନିଆଲି ଏବଂ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପରେ ସିଆଲନାଲି ଗାଁର ସାହେବର ଜ୍ୱାଇଁ ଅଶ୍ୱିନୀ ବାଗକୁ ଆକ୍ରମଣ କରାଯାଇଛି । ଆହତଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲଛିପୁର ଫାଣ୍ଡି ଅଧିକାରୀ ସରୋଜ ପାଣିଗ୍ରାହୀ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ରଙ୍କମଣି ଜାଲକୁ ଫାଣ୍ଡିରେ ଅଟକ ରଖାଯାଇଛି । ଅନ୍ୟ ତିନିଜଣ ଫେରାର ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons