ପ୍ଲାଜ୍ମା ଦାନ କଲେ ଆମ୍ବୁଲାନ୍ସ ଡ୍ରାଇଭର

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ୍): ଖଲ୍ଲିକୋଟ ବ୍ଲକ୍ ଡାକ୍ତରଖାନାର ଆମ୍ବୁଲାନ୍ସ ଡ୍ରାଇଭର ଅମୀୟ କୁମାର ମହାନ୍ତି ସୁସ୍ଥ ହେବା ପରେ ଆଜି ପ୍ଲାଜ୍ମା ଦାନ କରିଛନ୍ତି । ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଗତ ଜୁଲାଇ ୧୪ରେ ସେ ଓ ତାଙ୍କର ପତ୍ନୀ ସାଗରିକା ସଂକ୍ରମିତ ହୋଇଥିଲେ । ସଙ୍ଗରୋଧ ଗୃହରେ ରହି ଚିକିତ୍ସିତ ହେବା ପରେ ଅଗଷ୍ଟ ୫ରେ ଉଭୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ସୁସ୍ଥ ହେବା ପରେ ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ ଅମୀୟ । ପରେ ସେ ସ୍ଥାନୀୟ ଗୋÂୀ ଉନ୍ନୟନ ଅଧିକାରୀ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ ହୋଇଥିଲେ । ଗତ ୨୪ ତାରିଖରେ ସ୍ୱେଚ୍ଛାକୃତ ଭାବେ ରକ୍ତ ନମୁନା ସ୍କ୍ରିନିଂ କରାଇବା ପରେ ଗତ ୨୮ରେ ସେ ପ୍ଲାଜମା ଦାନ କରି ଜଣେ କରୋନା ଯୋଦ୍ଧା ସହିତ ଖଲ୍ଲିକୋଟ ବ୍ଲକର ପ୍ରଥମ ପ୍ଲାଜମାଦାତା ପ୍ରଶଂସିତ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons