ପ୍ଲାଜ୍ମା ଦେଲେ ଏନ୍ଡିଆର୍ଏଫ୍ର ୪ ଯବାନ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ମୁଣ୍ଡଳୀସ୍ଥିତ ଏନ୍ଡିଆର୍ଏଫ୍ର କରୋନା ବିଜୟୀ ୪ ଜଣ ଯବାନ ଆଜି ଏସ୍ସିବିର ପ୍ଲାଜ୍ମା ବ୍ୟାଙ୍କ୍ରେ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିଛନ୍ତି । ଗତକାଲି ହୋଇଥିବା ପରୀକ୍ଷା ରିପୋର୍ଟରୁ ସୁସ୍ଥ ଘୋଷଣା ହୋଇଥିବା ୪ ଜଣ ଯାକ ଯବାନଙ୍କଠାରୁ ଟ୍ରାନ୍ସଫୁ୍ୟଜନ୍ ମେଡିସିନ୍ ବିଭାଗର ଡାକ୍ତରଙ୍କ ସହାୟତରେ ପ୍ଲାଜମା ସଂଗ୍ରହ କରାଯାଇଛି । ଆସନ୍ତକାଲି ବାକି ଆଉ ୨ ଜଣ ଯବାନ ପ୍ଲାଜମା ଦେବେ ବୋଲି ସୂଚନା ମିଳିଛି ।
କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଏବେ ଅନେକ ପ୍ଲାଜମା ଦାନ ପାଇଁ ନିଜଆଡ଼ୁ ଘୋଷଣା କରୁଛନ୍ତି । ଯାହା ଦ୍ୱାରା ଅଧିକରୁ ଅଧିକ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଚିକିତ୍ସା ଯୋଗାଇ ଦିଆଯାଇପାରିବ । ତେବେ ଅମ୍ପନ୍ ବାତ୍ୟା ପୁନରୁଦ୍ଧାର ପାଇଁ କୋଲକାତା ଯାଇ ସଂକ୍ରମିତ ହୋଇଥିବା ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ କର୍ମଚାରୀମାନେ ସୁସ୍ଥ ହେବା ପ୍ଲାଜ୍ମା ଦାନ ପାଇଁ ଘୋଷଣା କରିଛନ୍ତି । ଯାହା ଫଳରେ ରାଜ୍ୟରେ ପ୍ଲାଜ୍ମା ଥେରାପି ଚିକିତ୍ସାକୁ ଅଧିକ ପ୍ରୋତ୍ସାହନ ମିଳିଛି । ସୂଚନା ଥାଉ କି, ଅମପନ୍ ବାତ୍ୟା ପ୍ରଭାବିତ କୋଲକାତାକୁ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଯାଇଥିବା ଅଗ୍ନିଶମ ସେବା ସଂସ୍ଥା, ଏନ୍ଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ର ଯବାନମାନଙ୍କ ମଧ୍ୟରୁ ଅଧିକାଂଶ କରୋନାରେ ଆକ୍ରାନ୍ତ ହୋଇଥିଲେ । ସମ୍ପୃକ୍ତ ଯବାନମାନଙ୍କ ମଧ୍ୟରୁ ଏବେ ୩୫୦ ଜଣ କର୍ମଚାରୀ ସୁସ୍ଥ ହୋଇ ସାରିଥିବାର ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଏବଂ ଏନ୍ଡିଆରଏଫ୍ର କରୋନା ବିଜୟୀ ଯବାନମାନଙ୍କ ମଧ୍ୟରୁ ପ୍ରାୟ ୮୦ ଜଣ ପ୍ଲାଜମା ଦାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତକାଲି ପ୍ରାଥମିକ ପର୍ଯ୍ୟାୟରେ ଏନ୍ଡିଆର୍ଏଫ୍ର ୬ ଜଣ ଯବାନ ଏସ୍ସିବି ଟ୍ରାନ୍ସଫୁ୍ୟଜନ୍ ମେଡିସିନ୍ ବିଭାଗରେ ପହଞ୍ଚି ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଇଥିଲେ । ରିପୋର୍ଟ ଠିକ୍ଠାକ୍ ଥିବାରୁ ୪ଜଣ ଯବାନ ଆଜି ପ୍ଲାଜ୍ମା ଦାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons