ପ୍ଲାଷ୍ଟିକ୍ ବ୍ୟାନ୍ ପାଇଁ ସହଯୋଗ ଲୋଡ଼ା: ମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପରିବେଶ ହେଉଛି ସମସ୍ତ ଜୀବଜଗତର ଆଧାର । ବିକାଶ ପ୍ରକ୍ରିୟାରେ ଯେମିତି ପରିବେଶ ପ୍ରଦୂଷିତ ନହେବ, ଏଥିପ୍ରତି ଯତ୍ନବାନ ହେବାକୁ ପଡିÿବ । ଏବେ ପ୍ଲାଷ୍ଟିକ୍ ଜନିତ ଦ୍ରବ୍ୟ ହଟାଇବା ବଡ଼ ଚାଲେଞ୍ଜ । ଆସନ୍ତା ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୧୧୪ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟାନ୍ ହେଉଛି । ଖାଲି ଆଇନ୍ କଷିଲେ, ପ୍ଲାଷ୍ଟିକ୍ ହଟିଯିବନି । ଏକ ପ୍ଲାଷ୍ଟିକ୍ ମୁକ୍ତ ଓଡିÿଶା ଗଢ଼ିବାରେ ଜନତା ଆପେ ସହଯୋଗ କରନ୍ତୁ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ପରାମର୍ଶ ଦେଇଛନ୍ତି ।
ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୬ତମ ପ୍ରତିÂା ଦିବସ ଜୟଦେବ ଭବନଠାରେ ଅନୁÂିତ ହୋଇଥିଲା । ଏହାର ଉଦ୍ଘାଟକ ଭାବେ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ଏବେ ବି ରାଜ୍ୟର ୬ଟି ସହର ପ୍ରଦୂଷଣଯୁକ୍ତ । ଭୁବନେଶ୍ୱର, କଟକ, ରାଉରକେଲା, ବାଲେଶ୍ୱର, ଅନୁଗୁଳ, ତାଳଚେର ସହରରେ ପ୍ରଦୂଷଣର ମାତ୍ରା ଅଧିକ ବୋଲି ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ(ଏନ୍ଜିଟି) କହିଛି । ସେଠାରୁ ପ୍ରଦୂଷଣର ମାତ୍ରା କମାଇବାକୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ସରିଛି । ଖୁବ୍ଶୀଘ୍ର ଏନେଇ କାମ ଆରମ୍ଭ ହେବ ।
ସେ ଆହୁରି କହିଥିଲେ, ସୁସ୍ଥ ପରିବେଶ ଗଢ଼ିବାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅନୁମୋଦିତ ମାତ୍ରା ଅନୁସାରେ ରାଜ୍ୟର ବାୟୁ ଓ ଜଳର ପ୍ରଦୂଷଣ ମାତ୍ରାକୁ ସୀମିତ ରଖିବାକୁ ଯଥାସମ୍ଭବ ପ୍ରୟାସ ଚାଲିଛି । ନଦୀରେ ମିଶୁଥିବା ବର୍ଜ୍ୟଜଳକୁ ସିୱେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଜରିଆରେ ପ୍ରଦୂଷଣ ମୁକ୍ତ କରାଯାଉଛି ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା କହିଥିଲେ, ଉପରୋକ୍ତ ୬ଟି ସହର ପ୍ରଦୂଷଣ ବଢ଼ିବାରେ ଧୂଳିକଣା ହିଁ ପ୍ରମୁଖ କାରଣ । ପରିବହନ, ଗୃହ ନିର୍ମାଣ ଭଳି ଅନ୍ୟ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ଚାଲିଛି । ଆଗାମୀ ୨ ବର୍ଷ ମଧ୍ୟରେ ଏଠାରୁ ପ୍ରଦୂଷଣ ହଟାଇବାକୁ ପଦକ୍ଷେପ ନିଆଯିବ । ବିଭାଗୀୟ ସ୍ୱତନ୍ତ୍ର ସଚିବ ଡ. କେ ମୁରୁଗେସାନ ତାଙ୍କ ବକ୍ତବ୍ୟରେ ଶିଳ୍ପାଞ୍ଚଳ ପ୍ରଦୂଷଣ ଓ ସହରାଞ୍ଚଳ ବର୍ଜ୍ୟବସ୍ତୁର ସମସ୍ୟା ଓ ସମାଧାନ ସହ ନଦୀଜଳ ପୁନର୍ଯୁବୀକରଣ ଉପରେ ଆଲୋଚନା କରିଥିଲେ ।
ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ୱାଳ କହିଥିଲେ, ଏନ୍ଜିଟି ଦ୍ୱାରା ଚିହ୍ନଟ ଦେଶର ୩୫୧ଟି ପ୍ରଦୂଷିତ ନଦୀରୁ ଓଡିÿଶାର ୧୯ଟି ନଦୀ ଅଛି । ହେଲେ ଏଗୁଡିÿକରୁ ୧୦ଟି ନଦୀରେ ଅନୁମୋଦିତଠାରୁ ପ୍ରଦୂଷଣ ମାତ୍ରା କମ୍ ଥିବା ନେଇ ଏନ୍ଜିଟିକୁ ଅବଗତ କରାଯାଇଛି । କେବଳ ଗଙ୍ଗୁଆ ନାଳଟି ମାତ୍ରାଧିକ ପ୍ରଦୂଷଣଯୁକ୍ତ । ଅନ୍ୟ ପ୍ରଦୂଷିତ ନଦୀରୁ ପ୍ରଦୂଷଣ ହଟାଇବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ ସରିଛି ବୋଲି ସେ କହିଥିଲେ ।
ସମାରୋହରେ ମେସର୍ସ ଜେକେ ପେପର ମିଲ୍କୁ ‘ପଲୁ୍ୟସନ କଣ୍ଟେ୍ରାଲ ଏକ୍ସଲେନ୍ସ ଆୱାର୍ଡ’, ଜିଏମ୍ଆର୍ କମଳଙ୍ଗା ଏନର୍ଜି ସଂସ୍ଥା, ଇମ୍ପା ଗ୍ରୁପ୍ର ସୁକିନ୍ଦା କ୍ରୋମାଇଟ୍ ମାଇନ୍ସ, କଟକ ଶିଶୁଭବନକୁ ‘ପଲୁ୍ୟସନ କଣ୍ଟେ୍ରାଲ ଆପ୍ରିସିଏସନ ଆୱାର୍ଡ’ ଦିଆଯାଇଥିଲା । ରାଜ୍ୟ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟାନୁÂାନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ପଶ୍ଚିମବଙ୍ଗ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ବିନୟ ଦତ୍ତ ‘ଡ. ମହେନ୍ଦ୍ର କୁମାର ରାଉତ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ବୋର୍ଡ ଦ୍ୱାରା ପ୍ରକାଶିତ ‘ପରିବେଶ ସମାଚାର’ ଓ ଓଡ଼ିଶା ଜିଲ୍ଲାୱାରୀ କାର୍ଯ୍ୟାନୁÂାନ ଯୋଜନା ଉନ୍ମୋଚିତ ହୋଇଥିଲା । ବୋର୍ଡର ମୁଖ୍ୟ ପରିବେଶ ବୈଜ୍ଞାନିକ ଡ. ପ୍ରମୋଦ ପୃଷ୍ଟି ଓ ଏଏଓ ଦେବଦତ୍ତ ପଟ୍ଟନାୟକ ଉତ୍ସବର ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons