ପଡ଼ିଆ ଭିତରେ ଯାଦୁ ଦେଖାଇଲେ କ୍ରିକେଟ୍‌ର

Get real time updates directly on you device, subscribe now.

ନୂଆଦିଲ୍ଲୀ: କ୍ରିକେଟ ମୈଦାନରେ କ୍ରିକେଟରଙ୍କ ମ୍ୟାଜିକ୍। ଓ୍ୱିକେଟ ଅକ୍ତିଆର କରିବା ପରେ ନିଆରା ଢଙ୍ଗରେ ସେଲେବ୍ରେସନ କରିଛନ୍ତି ସାଉଥ ଆଫ୍ରିକା ବୋଲର ତବରୈଜ୍ ସାମ୍ସି। ମାଝାନସି ପ୍ରିମିୟର ଲିଗ୍‌-୨୦୧୯ରେ ଡେଭିଡ୍ ମିଲରଙ୍କ ଓ୍ୱିକେଟ ନେବା ପରେ ଯାଦୁ ଜରିଆରେ ସେଲିବ୍ରେସନ କରିଛନ୍ତି ସାମ୍ସି।
ପାର୍ଲ ରକ୍ସ ଟିମ୍‌ ପକ୍ଷରୁ ଖେଳୁଥିବା ଥିବା ସାମ୍ସି ବିପକ୍ଷ ଟିମ୍‌ ଡର୍ବାନ୍‌ ହିଟ୍‌ର ବଡ ବ୍ୟାଟ୍ସମ୍ୟାନ୍ ୱିହାନ୍ ଲୁବେଙ୍କ ୱିକେଟ୍‌ ନେଇଥିଲେ। ବିପକ୍ଷ ଦଳର ଘାତକ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ପରେ ତବ୍‌ରୈଜ୍‌ ଏକ ଲାଲ୍ ରଙ୍ଗର ରୁମାଲ୍‌ କାଢ଼ି ହାତରେ ଧରିଥିଲେ। ଏହାପରେ କିଛି ସମୟ ପରେ ହଠାତ୍‌ ରୁମାଲ୍‌ ଟି ଗୋଟେ ଧଳା ପତଳା ବାଡ଼ିରେ ପରିଣତ ହୋଇଯାଇଥିଲା। ମ୍ୟାଚ୍‌ର ଲାଇଭ କଭରେଜ ହେଉଥିବାରୁ ଏହି ଦୃଶ୍ୟ କ୍ୟମେରାରେ କଏଦ ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons