କାମାକ୍ଷାନଗର,(ବି.ବି.ନୁ୍ୟଜ୍): କାମାକ୍ଷାନଗର-କାମର୍ଦ୍ଧା ରାସ୍ତାରେ ଫେରୁଥିବା ଦୁଇ ଜଣ ଫାଇନ୍ାନ୍ସ କର୍ମଚାରୀ ମଙ୍ଗଳବାର ଲୁଟପାଟ୍ର ସମ୍ମୁଖୀନ ହୋଇଛନ୍ତି । ତିନି ଜଣ ଦୁର୍ବୃତ୍ତ ସେମାନଙ୍କୁ ଭୁଜାଲିରେ ହାଣି ଟଙ୍କା, ମୋବାଇଲ୍ ଫୋନ୍, ଏଟିଏମ୍ କାଡର଼୍୍ ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ନେଇ ଯାଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଛାନ୍ଭିନ୍ ଚଳାଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଲହୁଲୁହାଣ ଦୁଇ ଫାଇନାନ୍ସ କର୍ମଚାରୀ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ, କାମାକ୍ଷାନଗର ଟାଟା ଫାଇନାନ୍ସ ସଂସ୍ଥାର ଦୁଇ କର୍ମଚାରୀ ମହେନ୍ଦ୍ର ସାଗର ବାରିକ ଓ ମନୋଜ କୁମାର ନାୟକ କାମର୍ଦ୍ଧା ଗାଁ’ରୁ କିସ୍ତି ଟଙ୍କା ଧରି ମଧ୍ୟାହ୍ନରେ ବାଇକ୍ରେ ଫେରୁଥିଲେ । ଏକ କଳା ରଂଗର ମଟର ସାଇକେଲ୍ରେ ପିଛା କରୁଥିବା ତିନି ଜଣ ଦୁର୍ବୃତ୍ତ ବାଟରେ ସେମାନଙ୍କୁ ଅଟକାଇ ଥିଲେ । ଦୁର୍ବୃତ୍ତମାନେ ମାସ୍କ୍ ପିନ୍ଧିଥିଲେ । ଫାଇନାନ୍ସ କର୍ମଚାରୀ କିଛି ବୁଝିବା ପୂର୍ବରୁ ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଟଙ୍କା ମାଗିଥିଲେ । ଲୁଟେରା ଦ୍ୱୟ ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ ହାଣି ପକାଇଥିଲେ । ଦୁଇ କର୍ମଚାରୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଦୁର୍ବୃତ୍ତମାନେ ୪୩ ହଜାର ଟଙ୍କା, ମୋବାଇଲ୍ ସାଙ୍ଗକୁ ଅନ୍ୟାନ୍ୟ କାଗଜପତ୍ର ଥିବା ବ୍ୟାଗ୍ ଛଡ଼ାଇ ଫେରାର୍ ହୋଇ ଯାଇଥିଲେ । ମହେନ୍ଦ୍ର ଓ ମନୋଜ ସେଠାରୁ କୌଣସି ମତେ ଆସି କାମାକ୍ଷାନଗର ଡାକ୍ତରଖାନାରେ ପହଞ୍ଚôଥିଲେ । ମହେନ୍ଦ୍ରଙ୍କ ବେକ ଓ କାନ୍ଧରେ ଭୁଜାଲି ଚୋଟ ବାଜିଥିବା ବେଳେ ମନୋଜଙ୍କ ହାତରେ ଚୋଟ ବାଜି ଗଭୀର କ୍ଷତ ସୃଷ୍ଟି ହୋଇଛି ।


Comments are closed, but trackbacks and pingbacks are open.