ସୋରଡ଼ା,(ବି.ବି.ନୁ୍ୟଜ୍): ଦୁଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ନେଇ ସୋରଡ଼ା ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏହାର ଛାନଭିନ୍ କରି ଦୁଇ ଅଭିଯୁକଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଲଟାପଲ୍ଲୀ ଗ୍ରାମର ଗୌତ୍ତମ ମଲ୍ଲିକ, କୃଷ୍ଣ ମଲ୍ଲିକ । ସେମାନଙ୍କ ଠାରୁ ୧୦ ହଜାର ଟଙ୍କା, ଦୁଇଟି ମୋବାଇଲ୍, ଗୋଟିଏ କାତି ପୁଲିସ ଜବତ କରିଥିବା ଥାନା ଅଧିକାରୀ ରମେଶ ପ୍ରଧାନ ସୂଚନା ଦେଇଛନ୍ତି ।
ଗତ ଫେବୃଆରୀ ୧୧ ତାରିଖରେ କେଶରା ଗ୍ରାମ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଏକ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ୩୧ ହଜାର ୮୩୧ ଟଙ୍କା ଏବଂ ଦୁଇଟି ମୋବାଇଲ୍, ଗୋଟିଏ ଟାବ୍ଲେଟ୍ ଲୁଟି ନେଇଥିଲେ । ଘଟଣା ସମ୍ପର୍କରେ ସୋରଡ଼ା ଥାନାରେ ଫାଇନାନ୍ସ କର୍ମଚାରୀ ଜଣଙ୍କ ଏତଲା ଦେଇଥିଲେ । ସେହିପରି ଫେବୃଆରୀ ୨୫ରେ ଆଉ ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଠାରୁ ୨୮ ହଜାର ଟଙ୍କା ଲୁଟ୍ ହୋଇଯାଇଥିଲା । ଉଭୟ ଘଟଣାର ଅନୁଧ୍ୟାନ କରି ପୁଲିସ ଲଟାପ୍ଲୀ ଗ୍ରାମରୁ ଅଭିଯୁକ୍ତ ଗୌତ୍ତମ ଓ କୃଷ୍ଣଙ୍କୁ ଗିରଫ କରିଛି ।
Comments are closed, but trackbacks and pingbacks are open.