ଫାଲକନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରୀରେ ବିଷାକ୍ତ ଗ୍ୟାସ୍ ଲିକ୍

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନିକଟସ୍ଥ ଫାଲକନ୍ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ପ୍ଲାଣ୍ଟରେ ଘଟିଛି ଅଘଟଣ । ମଙ୍ଗଳବାର ରାତିରେ ଏହି ଫ୍ୟାକ୍ଟ୍ରୀରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇ ଶତାଧିକ ଶ୍ରମିକ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ଗୁରୁତରଙ୍କୁ ଖନ୍ତାପଡ଼ା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନିକଟସ୍ଥ ସୋର ଡାକ୍ତରଖାନା ବି କିଛି ଅସୁସ୍ଥଙ୍କୁ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ତୁରନ୍ତ ଘରୋଇ ଆମ୍ବୁଲାନ୍ସ ଓ ସରକାରୀ ଆମ୍ବୁଲାନ୍ସରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୋର, ନୀଳଗିରି, ବାଲେଶ୍ୱରରୁ ଅଗ୍ନଶମ ବିଭାଗ ବି ପହଞ୍ଚି ଅସୁସ୍ଥଙ୍କୁ ଉଦ୍ଧାର କରିଛି । ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।
ସୂଚନା ମୁତାବକ, ସବୁଦିନ ଭଳି ବୁଧବାର ନାଇଟ୍ ସିପ୍ଟରେ ଡୁ୍ୟଟି କରିବା ପାଇଁ ଶ୍ରମିକମାନେ ଆସିଥିଲେ । ରାତି ୯ଟା ୩୦ରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ଏହା ଆମୋନିଆ କିମ୍ବା କ୍ଲୋରିନ୍ ଗ୍ୟାସ୍ ତାହା ସ୍ପଷ୍ଟ ହୋଇନି । ଏହି ବିଷାକ୍ତ ଗ୍ୟାସ ଲିକ୍ ହୋଇ ବ୍ଲିଚିଂ ପାଉଣ୍ଡର ସହ ମିଶିଥିଲା । ଫଳରେ ଶତାଧିକ ଶ୍ରମିକ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ସେମାନଙ୍କୁ ତୁରନ୍ତ ଖନ୍ତାପଡ଼ା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଅନ୍ୟମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆହତଙ୍କ ମଧ୍ୟରୁ ଅଧିକାଂଶ ମହିଳା ଶ୍ରମିକ । ଅଗ୍ନିସେବାଶମ ବିଭାଗର ତିନୋଟି ଫାୟାର ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଖବର ପାଇ ଏସ୍ଡିପିଓ ପ୍ରଭାସ କୁମାର ପାଲ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଗୁରୁତର ଅସୁସ୍ଥମାନଙ୍କ ଚିକିତ୍ସା ନିମନ୍ତେ ଏକ ଡାକ୍ତରୀ ଟିମ ନିୟୋଜନ କରାଯାଇଛି । ଅନ୍ୟ ଏକ ଟିମ ବି ଖନ୍ତାପଡ଼ା ମେଡିକାଲ ଯାଇଛି । ସୂଚନା ଥାଉକି, ପ୍ରାୟ ୫ ବର୍ଷ ହେବ ଜାତୀୟ ରାଜପଥ ପାଶ୍ୱର୍ରେ ଏହି କମ୍ପାନୀ ଖୋଲିଛି । ଏଠାରେ ଆଖପାଖ ଅଞ୍ଚଳର ତିନି ହଜାରରୁ ଅଧିକ ଶ୍ରମିକ କାମ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons