ଫାଶ ବାହାରିନଥିଲା, ଶ୍ୱାସରୁଦ୍ଧରୁ ପ୍ରାଣଗଲା

Get real time updates directly on you device, subscribe now.

ଫାଶ ବାହାରିନଥଭଞ୍ଜନଗର,(ବି.ବି.ନୁ୍ୟଜ): ଗତ ଗୁରୁବାର ବୁଗୁଡା ରେଞ୍ଜ ଅନ୍ତର୍ଗତ ମାଣିତରା ବଡ଼ପଥର ପାହାଡ଼ ବାର୍ହା ଫାଶରେ ଏକ କଲରାପତରିଆ ବାଘ ପଡ଼ିଥିଲା । ୪ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର କରାଯାଇଥିଲା । ହେଲେ ସନ୍ଧ୍ୟାରେ ତାର ମୃତୁ୍ୟ ହୋଇଥିଲା । ବାଘର ମୃତୁ୍ୟ ପରେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ମୃତୁ୍ୟ ଘଟିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ବାଘ ଭୋକିଲା ଥିଲା । ୨୮ ଘଣ୍ଟା ଧରି ବାଘ ବେକ ଫାଶରେ ଚାପି ହୋଇ ରହିଥିବା କାରଣରୁ ଶ୍ୱାସରୁଦ୍ଧ ହୋଇ ତାର ମୃତୁ୍ୟ ଘଟିଲା ବୋଲି ଶବ ବ୍ୟବଚ୍ଛେଦ କରିଥିବା ବୁଗୁଡା ବିଭିଓ ଓ ୱାଲ୍ଡ ଲାଇଫ୍ ୱାଡନ୍ ସୂଚନା ଦେଇଛନ୍ତି । ଅପରପକ୍ଷରେ କଲରାପତରିଆକୁ ପୁଣିଥରେ ଜଙ୍ଗଲକୁ ଛାଡ଼ିି ନେବା ପୂର୍ବରୁ ତା ଦେହରେ ଲାଗିଥିବା ଫାଶକୁ ବାହାର କରିବାକୁ କେହି ସାହସ କରିପାରିନଥିଲେ । ତାଦେହରେ ଲାଗିଥିବା ଫାଶ ନବାହାରିବା କାରଣରୁ କଲରାପତରିଆଟି ଅଣନିଶ୍ୱାସୀ ହୋଇ ଆଖିବୁଜିଥିବା ରିପୋର୍ଟରୁ ଜଣାପଡିଛି ।
ପଥର ପାହାଡ଼ରେ ବାର୍ହା ଫାଶରେ ଗତକାଲି ଏକ କଲରାପତରିଆ ପଡ଼ିଥିଲା । ଘଟଣା ଜଣାପଡ଼ିବା ପରେ ୪ ଘଣ୍ଟା ପରିଶ୍ରମ କରି ବନ ବିଭାଗ ବାଘଟିକୁ ଉଦ୍ଧାର କରିଥିଲା । କଲରାପତରିଆଟି ଦୀର୍ଘ ୧୨/୧୪ ଘଣ୍ଟା ବାର୍ହା ଫାଶରେ ଲାଗିବାପରେ ସେ ସେଥିରୁ ମୁକୁଳିବାକୁ ଚେଷ୍ଟା କରିଛି । ଫଳରେ ଅଧିକ ଟାଣି ହେବାଦ୍ୱାରା ଗାଡ଼ି କ୍ଲଚ୍ ୱେୟାରରେ ପ୍ରସ୍ତୁତ ଫାଶରେ ବାଘ ଅଣନିଶ୍ୱାସୀ ହୋଇଯାଇଛି । ଦୀର୍ଘ ସମୟ ପରେ ବାଘଟକୁ ବନ ବିଭାଗ କର୍ମଚାରୀ ଜାଲ ପକାଇ ଧରିଥିଲେ । ଉଦ୍ଧାର କରି ବୁଗୁଡା ରେଞ୍ଜ ଅଫିସକୁ ଅଣାଯାଇଥିଲା । କଲରାପତରିଆ ବେକ, ଦେହରୁ ଫାଶ ବାହାର କରିବାକୁ କେହି ସାହାସ କରିପାରିନଥିଲେ । ସେଭଳି ଅବସ୍ଥାରେ ହିଁ ତାକୁ ବୁଗୁଡ଼ା ନିକଟସ୍ଥ କିରିଆମ୍ବା ଜଙ୍ଗଲରେ ଛାଡିବାକୁ ନିଆଯାଇଥିଲା । ବାଘକୁ ଆଖପାଖ ଜଙ୍ଗଲରେ ନଛାଡିବା ଦାବିରେ ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ୱର ଉଠିଥିଲା । ଶହ ଶହ ଲୋକ ରାସ୍ତା ଅବରୋଧ କରି କିରିଆମ୍ବା ଜଙ୍ଗଲରେ ବାଘକୁ ନଛାଡିବାକୁ ପ୍ରତିବାଦ କରିଥିଲେ । ଏଠାରେ ପାଖାପାଖି ୨ଘଣ୍ଟା କଲରାପତରିଆଟି ଜାଲ ଓ ଫାଶର ଯନ୍ତ୍ରଣାରେ ଛଟପଟ ହେବାସହ ସେହି ସମୟରେ ହିଁ ତାର ମୃତୁ୍ୟ ଘଟିଥିବା ଅନୁମାନ କରାଯାଉଛି । ଲୋକଙ୍କୁ ବୁଝାସୁଝାପରେ ବାଘଟିକୁ କରିଆମ୍ବା ଜଙ୍ଗଲକୁ ନେଇ ସେଠାରେ ଜାଲରୁ ତାକୁ ଖୋଲିବା ସମୟରେ ବାଘଟି ସଂପୂର୍ଣ୍ଣ ନିସ୍ତେଜ ହୋଇଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ବିଭିଓ ଡାକ୍ତର ଦାଶ କଲରାପତରିଆକୁ ମୃତ ଘୋଷଣା କରିଥିଲେ । ପୁଣିଥରେ ଅନ୍ୟ ରାସ୍ତାରେ ମୃତ କଲରାପତରିଆକୁ ବୁଗୁଡା ରେଞ୍ଜ ହତାକୁ ଅଣାଯାଇ ରାତିରେ ସେଠାରେ ରଖାଯାଇଥିଲା । ଆଉ ଶୁକ୍ରବାର ସକାଳୁ କଲରାପତରିଆର ଶବ ବ୍ୟବଚ୍ଛେଦ କରାଯିବା ପରେ ସେଠାରେ ହିଁ ତାକୁ ପୋଡ଼ି ଦିଆଯାଇଛି ।
ଅପରପକ୍ଷରେ କଲରାପତରିଆ ଦେହରେ ଲାଗିଥିବା ଫାଶ ତାଦେହରୁ ବାହାର ନକରି ତାକୁ ପୁଣିଥରେ ଜଙ୍ଗଲରେ ଛାଡିବାକୁ କିପରି ନିଆଯାଉଥିଲା ଏନେଇ ସାଧାରଣରେ ପ୍ରଶ୍ନବାଚୀ ହୋଇଛି । ଜାଲ ଭିତରେ ରହିଥିବା କଲରାପତରିଆ ଦେହରୁ ଯଦିି ଫାଶକୁ ବାହାର କରାଯାଇଥାଆନ୍ତା ତେବେ ସେ ନିଶ୍ଚିତ ମୃତୁ୍ୟ ମୁଖରୁ ବଞ୍ଚି ଯାଇପାରିଥାନ୍ତା ବୋଲି ପରିବେଶବିତମାନେ ମତପ୍ରକାଶ କରିଛନ୍ତି । ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବରୋଧରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି ହୋଇଛି ।, ଶ୍ୱାସରୁଦ୍ଧରୁ ପ୍ରାଣଗଲା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons