ଭୁବନେଶ୍ୱର,(ବି.ବି.ବୁ୍ୟରୋ): କାହାର ପେଟ ବାହାରିଛି ତ’ ପୁଣି କାହାର ସୁଗାର ୫ ଶହ ପାର୍ । ବିପି କଥା ନ କହିବା ଭଲ… । ଦୌଡିବା ତ ଦୂରେ ଥାଉ, ଚାଖଣ୍ଡେ ବାଟ ଚାଲିଗଲେ ଧଇଁସଇଁ ହୋଇ ଯାଉଛନ୍ତି । ଇଏ ହେଉଛି ଆମ କମିଶନରେଟ୍ ପୁଲିସର ଅଧିକାଂଶ ପୁଲିସ ଅଫିସରଙ୍କ ଅବସ୍ଥା । ହେଲେ ଏମାନେ ଚୋର ଓ ଲୁଟେରାଙ୍କୁ କାବୁ କରିବାକୁ ମାସ ଶେଷରେ ମୋଟା ଅଙ୍କର ଦରମା ନେଉଛନ୍ତି । ଏକ ସ୍ୱାସ୍ଥ୍ୟ ପରୀକ୍ଷାରୁ ଖାକିର ଏମିତି ବିକଳ ଚିତ୍ର ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠୁଛି, ରୋଗିଣା ଓ ପୃଥଳ ଶରୀରକୁ ଧରି ଏମାନେ ଅପରାଧୀଙ୍କୁ ଧରିବେ କେମିତି? ଏଭଳି ଅନ୍ଫିଟ୍ ପୁଲିସ ବାବୁମାନଙ୍କୁ ଏବେ ୩ ମାସର ମହଲତ ମିଳିଛି, ତୁରନ୍ତ ଫର୍ମକୁ ଆସ । ନହେଲେ ବିଦା ହୁଅ ।
କମିଶନରେଟ୍ ପୁଲିସ୍ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଉଲ୍ଲେଖ ରହିଛି, କରୋନା ମହାମାରୀ ସାରା ବିଶ୍ୱକୁ ପ୍ରଭାବିତ କରିଛି । ହୁଏତ କିଛି ମାସ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିପାରେ । ମାତ୍ର କୋଭିଡ୍ ପୂର୍ବ ସ୍ଥିତି ଫେରିପାରିବ ନାହିଁ । ଏଥିପାଇଁ ବର୍ତ୍ତମାନର ସ୍ଥିତିରୁ ଶିକ୍ଷାଲାଭ କରି ସମସ୍ତଙ୍କୁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ହେବ । ପୁଲିସ୍ କର୍ମଚାରୀମାନେ ପ୍ରାରମ୍ଭିକ ପ୍ରଶିକ୍ଷଣ ସମୟରେ ବ୍ୟାପକ ଖେଳକୁଦ କରିବା ସହ ବେଶ୍ ସ୍ୱାସ୍ଥ୍ୟବାନ ହୋଇ ଚାକିରି କରିଥାନ୍ତି । ଚାକିରି ପାଇବା ପରେ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉନାହାନ୍ତି । ଫଳରେ ସମୟ କ୍ରମେ ସେମାନେ ରକ୍ତଚାପ, ମଧୁମେହ ଓ ଅତ୍ୟଧିକ ମେଦ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ଶାରୀରିକ ଅବସ୍ଥା ଥିଲେ ବିଭିନ୍ନ ସଂକ୍ରମଣ ବ୍ୟକ୍ତିପାଇଁ ଅଧିକ ବିପଦ ସୃଷ୍ଟି କରେ । ଏହା ଛଡା ଜଣେ ପୁଲିସ୍ କର୍ମଚାରୀ ସୁସ୍ଥ, ସବଳ ଓ କର୍ମଠ ରହିବା ଏକ ବୃତ୍ତିଗତ ଆବଶ୍ୟକତା । ହେଲେ ଏବେ ଅନେକ ଅଫିସର୍ ଓ କର୍ମଚାରୀ ବିଭିନ୍ନ ରୋଗରେ ଥାଇ ମଧ୍ୟ ଡୁ୍ୟଟି କରୁଛନ୍ତି ।
ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ଏକ ଗାଇଡ୍ଲାଇନ୍ ଆଣିଛି । ଆସନ୍ତା ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ । ଏହାପରେ ସେମାନଙ୍କୁ ଲିଖିତ ଆକାରରେ ସେମାନଙ୍କ ବଡି ମାସ୍ ଇନ୍ଡେକ୍ସ୍ (ବିଏମ୍ଆଇ) ବା ବୟସ ଓ ଉଚ୍ଚତା ଅନୁସାରେ ଆନୁମାନିକ ଓଜନ କେତେ ଓ କେତେ ହେବା ଆବଶ୍ୟକ ଜଣାଇ ଦିଆଯିବ । ସାଧାରଣରେ ୧୯ରୁ ୨୫ ବିଏମ୍ଆଇ ସ୍ୱାଭାବିକ ଧରାଯାଏ । ୩୦ରୁ ଅଧିକ ବିଏମ୍ଆଇକୁ ମେଦ ବହୁଳତା ବିବେଚନା କରାଯାଇଥାଏ । ନିଜ ନିଜ ବିଏମ୍ଆଇ ମିଳିବା ପରେ ପୁଲିସ ବାବୁମାନେ ନିଜେ ତର୍ଜମା କରିପାରିବେ ଯେ ସେମାନେ ବିଭାଗରେ ରହିବାକୁ ଫିଟ ନା ଅନଫିଟ୍ ।
ଏହି ପ୍ରକ୍ରିୟା ଜୁଲାଇ ୩୦ ତାରିଖ ମଧ୍ୟରେ ଶେଷ କରାଯିବ । ଏ ସଂକ୍ରାନ୍ତୀୟ ତଥ୍ୟ ପୁଲିସ୍ର ଡାକ୍ତରଖାନାରେ ରଖାଯିବ । ପୁଣି ୩ ମାସ ପରେ ଅର୍ଥାତ ନଭେମ୍ବର ମାସରେ ସମସ୍ତଙ୍କ ଓଜନ ନିଆଯିବ । ପୁଲିସ୍ କର୍ମଚାରୀ ଓ ଅଧିକାରୀମାନେ ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି କି ନାହିଁ, ଏହି ପରୀକ୍ଷାରୁ ଜଣାପଡିବ । ୩ ମାସ ପରେ ଯେଉଁମାନଙ୍କ ବିଏମ୍ଆଇ ୩୦ ଉପରେ ରହିବ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସକାଳୁ ବ୍ୟାୟାମ କରିବାକୁ ଆସିବାକୁ ପଡିÿବ । ନ ହେଲେ, ୬ ସପ୍ତାହ ଅବଧିର ରିଫ୍ରେସର୍ କୋର୍ସ କରିବାକୁ ପଡିÿବ ।
ଏଭଳି ନୂଆ ନିୟମ ଲାଗୁ କରିବା ପଛରେ କାରଣ ରହିଛି । ବର୍ତ୍ତମାନ କରୋନା ସଙ୍କଟରେ ବେପରୁଆ ହୋଇ ନିଜ ସ୍ୱାସ୍ଥ୍ୟର ଯତ୍ନ ନ ନେବା ଘାତକ ହୋଇପାରେ । କରୋନା ପରୀକ୍ଷା ପାଇଁ ଏକ ଡାକ୍ତରୀ ଟିମ୍ କମିଶନରେଟ୍ ପୁଲିସର ୩୦୦ ଅଫିସର ଓ ଅଧିକାରୀଙ୍କୁ ଯାଞ୍ଚକରିବା ପରେ ଜଣାପଡିଲା ପ୍ରାୟ ୧୦୦ ଜଣଙ୍କ ସ୍ୱାସ୍ଥ୍ୟ ଉଦବେଗଜନକ ରହିଛି । କାହାର ମଧୁମେହ ବିପଦଜ୍ଜନକ ସ୍ଥିତିରେ ଅଛି ତ ଆଉ କିଏ ମେହବହୁଳତାର ଶିକାର ।
ଏଥିଯୋଗୁ ସମସ୍ତେ ଫିଟ୍ ରହିବା ସହ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପୁଲିସ୍ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ପରାମର୍ଶ ଦେଇଛନ୍ତି । ଯେଉଁମାନେ ଏହି ନିୟମକୁ ମାନିବେନି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ନିଆଯିବ ବୋଲି ଡ. ଷଡ଼ଙ୍ଗୀ କହିଛନ୍ତି । ନିୟମ ଭଙ୍ଗକାରୀଙ୍କ ପଦୋନ୍ନତି ବନ୍ଦ କରିବା ସହ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି ନିଦେ୍ର୍ଧଶ ଦିଆଯାଇଛି ।
Comments are closed, but trackbacks and pingbacks are open.