ଫେରାର୍ ଅଭିଯୁକ୍ତ ପ୍ରଫୁଲ୍ଲଙ୍କ ସନେ୍ଦହଜନକ ମୃତୁ୍ୟ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ପ୍ରଫୁଲ୍ଲ ବିଶ୍ୱାଳ ଥିଲେ ପ୍ରମୁଖ ଅଭିଯୁକ୍ତ । ଘଟଣା ପରଠାରୁ ସେ ଫେରାର୍ ଥିଲେ । ଦିନରାତି ଏକ କରି ଖୋଜୁଥିବା ପୁଲିସ୍ ପକଡକୁ ବି ଆସୁନଥିଲେ । ମାତ୍ର ଘଟଣାର ୩୫ ଦିନ ପରେ ହଠାତ୍ ଖବର ଆସିଲା ତାଙ୍କ ମୃତ ଦେହ ପଡିଛି ଟାଙ୍ଗୀ ନିକଟସ୍ଥ ଗୋବିନ୍ଦପୁର ରାଜରାସ୍ତାରେ । ଦୁର୍ଘଟଣାରେ ତାଙ୍କର ମୃତୁ୍ୟ ହୋଇଥିବା ନେଇ ପ୍ରାଥମିକ ତଦନ୍ତ ପରେ ପୁଲିସ୍ କହୁଥିବା ବେଳେ ଏଭଳି ସନେ୍ଦହଜନକ ଭାବେ ପ୍ରଫୁଲ୍ଲଙ୍କ ମୃତ ଦେହ ମିଳିବା ଘଟଣା ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ନୂଆ ମୋଡ଼ ଆଣିଛି ।
ବିରୋଧୀ ଖୋଲାଖୋଲି ଅଭିଯୋଗ କରିଛନ୍ତି, ଡବଲ୍ ମର୍ଡର୍ ରହସ୍ୟକୁ ଚାପି ଦେବା ପାଇଁ, ପ୍ରଫୁଲ୍ଲଙ୍କୁ ସୁଚିନ୍ତିତ ଭାବେ ମାରି ଦିଆଯାଇଛି । ସେ ବଞ୍ଚôଥିବା ଅବସ୍ଥାରେ ପୁଲିସ୍ ହାତରେ ଧରାପଡିଥିଲେ ବହୁ ବଡବଡିଆଙ୍କ ଗୁମର ଖୋଲିଦେଇଥାନ୍ତେ । ଏଭଳି ଆଶଙ୍କା କରି ତାଙ୍କୁ ରାସ୍ତାରୁ ହଟାଇ ଦିଆଯାଇଥିବା ଉଭୟ ବିଜେପି ଓ କଂଗ୍ରେସ ତରଫରୁ କୁହାଯାଇଛି । କେବଳ ଡବଲ୍ ମର୍ଡର ଘଟଣା ନୁହେଁ, ୨୦୧୮ ର ବିକାଶ ଜେନା ହତ୍ୟାକାଣ୍ଡରେ ମଧ୍ୟ ପ୍ରଫୁଲ୍ଲ ମୁଖ୍ୟ ଅଭିଯୁକ୍ତ ଥିଲେ । ତେଣୁ ଉଭୟ ଘଟଣାରେ ପ୍ରଫୁଲ୍ଲଙ୍କ ଭୂମିକା ରହୁଥିବାରୁ ତାଙ୍କୁ ହତ୍ୟା କରି ସବୁ ସୁରାକ୍କୁ ଲିଭାଇଦେବା ପାଇଁ ଚେଷ୍ଟା କରାଯାଇଥିବା ଦୁଇ ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏ ପ୍ରସଂଗରେ ଘେରିବା ପାଇଁ ଦୁଇ ବିରୋଧୀଦଳ ସିଧାସଳଖ ଉଦ୍ୟମ ବି କରିଛନ୍ତି । ଶାସକ ବିଜେଡି ବା ମନ୍ତ୍ରୀଙ୍କ ଶିବିର ପକ୍ଷରୁ କିନ୍ତୁ ଏ ପ୍ରସଂଗରେ କିଛି ପ୍ରତିକ୍ରିୟା ବ୍ୟକ୍ତ କରାଯାଇନାହିଁ ।
ଟାଙ୍ଗୀ ପୁଲିସ୍ଠାରୁ ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢେ ନ’ଟା ମଧ୍ୟରେ ଗୋବିନ୍ଦପୁର ନିକଟରେ ଦୁର୍ଘଟଣା ଘଟିଥିଲା । ଖବର ପାଇ ସେଠାରେ ଏକ ଟିମ୍ ପହଞ୍ଚôଥିଲେ । କିନ୍ତୁ ମୃତକଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରି ନଥିଲା । ଘଟଣାସ୍ଥଳରୁ ଏକ ମୋବାଇଲ୍, ହେଲମେଟ୍, ଗାଡ଼ି କାଗଜପତ୍ର ଓ ବ୍ୟାଗ୍ରେ କିଛି ଡ୍ରେସ୍ ମିଳିଥିଲା । ଜବତ ମୋବାଇଲରୁ ଶେଷ କଲ୍ ନମ୍ବରକୁ ଫୋନ୍ କରିବାରୁ ମୃତକଙ୍କ ସ୍ତ୍ରୀ ଉଠାଇଥିଲେ । ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ସୂଚନା ଦିଆଯିବା ସହ ମୃତଦେହ ଚିହ୍ନଟ କରିବାକୁ ଏସ୍ସିବି ଡକାଯାଇଥିଲା । ତେବେ ପରେ ସେ ମାହାଙ୍ଗା ଡବଲ୍ ମର୍ଡର ଘଟଣାର ଫେରାର୍ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ବୋଲି ଜଣାପଡିଥିଲା । ସୂଚନାଯୋଗ୍ୟ, ଗତ ଜାନୁଆରୀ ୨ତାରିଖ ସନ୍ଧ୍ୟାରେ ମାହାଙ୍ଗା ନୃତାଙ୍ଗଠାରେ ବିଜେପିର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ବାଇକ୍ରେ ନୃତାଙ୍ଗ ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଜଙ୍କୋଟି ଗାଁ ପାଖରେ କିଛି ଦୃର୍ବୃତ୍ତ ଉଭୟଙ୍କୁ ହାଣି, ପିଟି ହତ୍ୟା କରିଥିଲେ । ଏହାକୁ ନେଇ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ପ୍ରଫୁଲ୍ଲ ବିଶ୍ୱାଳଙ୍କ ସମେତ ମୋଟ୍ ୧୩ଜଣଙ୍କୁ ପକ୍ଷଭୁକ୍ତ କରି ଏତଲା ଦେଇଥିଲେ । ଏତଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ମଧ୍ୟ ଥିଲା । ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଏବେ ସୁଦ୍ଧା ମାମଲାରେ ୯ଜଣ ପୁଲିସ୍ ହେପାଜତ୍କୁ ଆସିଥିବା ବେଳେ ହତ୍ୟାକାଣ୍ଡ ଦିନରୁ ପ୍ରଫୁଲ୍ଲ ଫେରାର୍ ଥିଲେ । ଗତକାଲି ଟାଙ୍ଗୀ ଜାତୀୟ ରାଜପଥ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons