ଫେରିବାଲାଙ୍କୁ ମାଡ଼ମାରି ଟଙ୍କା ଝାମ୍ପିନେଲେ

Get real time updates directly on you device, subscribe now.

ବୈପାରିଗୁଡା,(ବି.ବି.ନୁ୍ୟଜ): ଜଣେ ଫେରିବାଲାକୁ ମାଡ଼ମାରି ଟଙ୍କା ଲୁଟି ନେଇଛନ୍ତି କେତେକ ଦୁର୍ବୃତ୍ତ । ଲୁଟ୍ର ଶିକାର ହୋଇଛନ୍ତି ସଦାମୁଦ୍ଧିନ ଖାଁ । ଭୟରେ ସେ ଥାନାରେ ଅଭିଯୋଗ କରିନଥିବା କହିଛନ୍ତି । ସୋମବାର ସନ୍ଧ୍ୟାରେ ବୈପାରିଗୁଡା-ଦିଗାପୁର ରାସ୍ତାରେ ଘଟିଛି ଏହି ଲୁଟ୍ । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସଦାମୁଦ୍ଧିନ ବୈପାରିଗୁଡାରେ ରହି ଆଖପାଖ ଅଞ୍ଚଳରେ ସାଇକେଲ୍ରେ ବୁଲି ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି । ସୋମବାର ସକାଳେ ବିଭିନ୍ନ ସାମଗ୍ରୀ ନେଇ ଦିଗାପୁର ରାସ୍ତାରେ ଯାଇଥିଲେ । ସନ୍ଧ୍ୟାରେ ବୈପାରିଗୁଡା ଫେରୁଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ଜଣେ ଆସି ତାଙ୍କୁ ୨ ଚାପୁଡା ମାରିଥିଲା । ଅନ୍ୟ ଜଣେ ଦୁର୍ବୃତ୍ତ ତାଙ୍କ ପକେଟରେ ଥିବା ମୋବାଇଲ୍ ଫୋନ ଏବଂ ନଗଦ ୨ ହଜାର ୨୦୦ ଟଙ୍କା ଲୁଟି ନେଇଥିଲା । ଟଙ୍କା ଓ ମୋବାଇଲ ନେଇ ସେମାନେ ଏକ ବାଇକ୍ରେ ଦ୍ରୁତଗତିରେ ଫେରାର୍ ହୋଇଯାଇଥିଲେ ।
ଆଜି ସଦାମୁଦ୍ଧିନ୍ ବଜାରକୁ ଆଉ ଏକ ମୋବାଇଲ କିଣିବା ପାଇଁ ଆସିଥିବା ବେଳେ ଏହି ଘଟଣା ଜଣାପଡିଥିଲା । ଥାନାରେ ଏତଲା କାହିଁକି ଦେଲେ ନାହିଁ ବୋଲି ପଚାରିବାରୁ ଦୁର୍ବୃତ୍ତମାନେ ଜାଣିଲେ କାଳେ ତାଙ୍କୁ ଜୀବନରେ ମାରିଦେବେ । ସେହି ଭୟରେ ଥାନାରେ ଅଭିଯୋଗ କରିନଥିବା କହିଥିଲେ । ସୂଚନାଥାଉକି, କିଛି ଦିନ ତଳେ ବାଇକ୍ରେ ଯାଉଥିବା ଏକ ଦମ୍ପତିଙ୍କୁ ଆକ୍ରମଣ କରି ଦୁର୍ବୁତ୍ତମାନେ ସୁନା ଗହଣା ଓ ଟଙ୍କା ଛଡ଼ାଇ ନେଇଥିଲେ । ବୈପାରିଗୁଡା-ଦିଗାପୁର ରାସ୍ତାରେ ପୁଲିସ୍ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons