ଭଦ୍ରକ: ସୋସିଆଲ ମିଡିଆରେ କରୋନା ସଂପର୍କରେ ଗୁଜବ ପ୍ରଚାର କରି ଜଣେ ଯୁବକ ଗିରଫ। ଓଡ଼ିଶାରେ କରୋନା ଭାଇରସ୍କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏତେ ପରେ ବି ଗୁଜବ ଥମିବାର ନାଁ ଧରୁ ନାହିଁ। ଏଭଳି ସ୍ଥିତିରେ କିଛି ଅସାମାଜିକ ବ୍ୟକ୍ତି ଗୁଜବ ପ୍ରଚାର କରିବାରେ ଲାଗିଛନ୍ତି।
ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଜଣେ ଯୁବକକୁ ପୋଲିସ୍ ଗିରଫ କରିଛି। ସୋସିଆଲ ମିଡିଆରେ କରୋନାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ସୃଷ୍ଟି ହୋଇଛି। ଏ ନେଇ ଧାମନଗର ପୋଲିସ ଦୁର୍ୟ୍ୟଧନ କୁଣ୍ଡୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଗୁଜବ ପ୍ରଚାର କରୁଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.