ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଫୋନିରେ କ୍ଷତିଗସ୍ତ ଓଡ଼ିଶାକୁ ସହାୟତାର ହାତ ବଢ଼ାଇଛି ହକଂ । ସହାୟତା ବାବଦରେ ଓଡ଼ିଶା ସରକାରଙ୍କୁ ପ୍ରାୟ ୭.୦୩୨ ମିଲିଅନ ହଂକଂ ଡଲାର ବା ୬ କୋଟି ୩୧ଲକ୍ଷ ଟଙ୍କା ପ୍ରଦାନ କରିଛି । ଫୋନି ବାବଦରେ ଏହି ସହାୟତା ରାଶି ମଞ୍ଜୁର କରାଯାଇଛି ବୋଲି ହଂକଂ ସ୍ପେଶିଆଲ ଆଡମିନଷ୍ଟ୍ରେଟିଭ ରିଜିଅନ(ଏସଏଆର) ସରକାର ସୂଚନା ଦେଇଛନ୍ତି ।
ହଂକଂ ଏସ୍ଏଆର ସରକାରଙ୍କ ମୁଖପାତ୍ର ସୂଚନା ଦେଇ କହିଛନ୍ତି, ଫୋନିରେ ପ୍ରାୟ ୧୫ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ହଂକଂ ସରକାର ଅର୍ଥ ଯୋଗାଇ ଦେବେ । ପ୍ରଭାବିତଙ୍କୁ ହାଇଜିନ୍ କିଟସ୍,ରୋଷେଇ ଓ ଶିକ୍ଷା ସାମଗ୍ରୀ, ଘରୋଇ ଉପକରଣ, ଆଶ୍ରୟସ୍ଥଳୀରେ ବ୍ୟବହାର ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଆଯିବ । ପ୍ରାୟ ୪୫ହଜାରରୁ ଅଧିକ କ୍ଷତିଗ୍ରସ୍ତ ଏହାଦ୍ୱାରା ସିଧାସଳଖ ଉପକୃତ ହେବେ ବୋଲି କୁହାଯାଇଛି ।
ହଂକଂ ସରକାରଙ୍କ ପକ୍ଷରୁ ଯେଉଁ ସହାୟତା ରାଶି ଦିଆଯିବ, ତା’ ଯେଭଳି ଠିକ୍ ବାଟରେ ବିନିଯୋଗ ହେବ ସେଥିପାଇଁ ଆକାଉଣ୍ଟର ଅଡିଟ୍ ବିବରଣୀ ଓ ଅନ୍ୟ ବିନିଯୋଗ ପ୍ରମାଣପତ୍ର ଦାଖଲ ପାଇଁ ରିଲିଫ ଏଜେନ୍ସ୍ରୀଙ୍କୁ କୁହାଯିବ ବୋଲି ହଂକଂ ସରକାର ସୂଚନା ଜାରି କରିଛନ୍ତି ।
Comments are closed, but trackbacks and pingbacks are open.