ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଏସେଲ୍ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଇଏମ୍ଆଇଏଲ୍) କର୍ମଚାରୀ ଓ ସେମାନଙ୍କ ପରିବାର ଲୋକେ ଏସେଲ୍ ଲେଡିଜ୍ କ୍ଲବ୍ ବ୍ୟାନରରେ ବାତ୍ୟା ‘ଫୋନି’ ବିପନ୍ନଙ୍କୁ ସହାୟତା କରିଛନ୍ତି । ସେମାନେ କୋଣାର୍କର ଜୁନେଇ ଗ୍ରାମରେ ଫୋନି ପ୍ରଭାବିତଙ୍କୁ ରିଲିଫ୍ ପ୍ୟାକେଟ୍ ବଣ୍ଟନ କରିଛନ୍ତି । ଜୁନେଇ ପ୍ରକଳ୍ପ ୟୁପି ସ୍କୁଲ୍ରେ ଆୟୋଜିତ ରିଲିଫ୍ ବିତରଣ ଶିବିରରେ ଏସେଲ୍ ଲେଡିଜ୍ କ୍ଲବର ମୁଖ୍ୟ ଉପଦ୍ଦେଷ୍ଟା ମଧୁଛନ୍ଦା ବଳ, ସଭାପତି ବନ୍ଦନା ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟମାନେ ବିପନ୍ନଙ୍କୁ ବାସନକୁସନ ଓ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ଏନ୍ଏସିର ଉପାଧ୍ୟକ୍ଷ ବିଜୟ ଭୋଳ, କାଉନସିଲର କଳ୍ପନା କାଣ୍ଡି, ଜୁନେଇ ପ୍ରକଳ୍ପ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ଗ୍ରହାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.