ଫୋନ୍କୁ ହ୍ୟାକ୍ କରିବ ଡାଟା କେବୁଲ

Get real time updates directly on you device, subscribe now.

ନୂଆଦିଲ୍ଲୀ:ଅନ୍ୟ କାହାର ଚାର୍ଜର ବା ଡାଟା କେବୁଲ ବ୍ୟବହାର କରୁଥିଲେ ସାବଧାନ । ଏହାଦ୍ୱାରା ଆପଣଙ୍କ ଫୋନ୍କୁ ହ୍ୟାକିଂ ବିପଦ ରହିଛି । ବିଶ୍ୱାସ ନ ହେଲେ ବି ସତ । ଏସବୁ ଉପକରଣକୁ ଅନେକ ମାତ୍ରାରେ ଅପବ୍ୟବହାର କରାଯାଉଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । କେତେଜଣ ସାଇବର ସୁରକ୍ଷା ବିଶେଷଜ୍ଞ ଏ ନେଇ ସଚେତନ କରାଇଛନ୍ତି । ଅନ୍ୟମାନଙ୍କଠାରୁ ବିଶେଷକରି ଅଜଣା ଲୋକଙ୍କଠାରୁ ଡାଟା କେବୁଲ କିମ୍ବା ଚାର୍ଜର ଆଣି ବ୍ୟବହାର କରିବା ଦ୍ୱାରା ଆପଣ ଭୟଙ୍କର ବିପଦରେ ପଡିପାରନ୍ତି ବୋଲି ଏମାନେ ସତର୍କ କରାଇଛନ୍ତି । ଯାଞ୍ଚରୁ ଜଣାଯାଇଛି ଯେ, ଅନେକ ସାଇବର ଅପରାଧୀ ୟୁଏସ୍ବି ଚାର୍ଜରରେ ଏକ ସ୍ୱତନ୍ତ୍ର ଚିପ୍ ଖଞ୍ଜି ଦେଉଛନ୍ତି । ଫଳରେ ସେମାନେ ମୁକ୍ତ ୱାଇଫାଇ ନେଟ୍ୱର୍କରେ ଡିଭାଇସ୍ଗୁଡିକୁ ସହଜରେ ଆକ୍ସେସ୍ କରିପାରୁଛନ୍ତି ।ପେନ୍ଡ୍ରାଇଭ୍ ଜରିଆରେ ଡାଟା ଟ୍ରାନ୍ସଫର ଭଳି ଏହି ପ୍ରକ୍ରିୟା କାର୍ଯ୍ୟ କରିଥାଏ । ଖଞ୍ଜାଯାଇଥିବା ଚିପ୍ ଜରିଆରେ ହ୍ୟାକର ଡାଟା ହାସଲ କରିପାରେ । ଯଦି ଫୋନ୍ଟି ଲକ୍ ଥିବ ତା’ହେଲେ ଏହାକୁ ହ୍ୟାକ୍ କରିବା କଷ୍ଟ କିନ୍ତୁ ଖୋଲା ଥିଲେ ଡାଟା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହେବା ସମ୍ଭାବନା ଅଧିକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons