ଓଡ଼ିଆ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି । ରିସ୍ତା ୱେଭ୍ସ ଏଣ୍ଟରଟେନ୍ମେଣ୍ଟ ଟିମ୍ ପ୍ରଯୋଜିତ ଏ ଫିଲ୍ମରେ ଦୁଇ ନାୟକଙ୍କ ସହ ଜଣେ ନାୟିକାଙ୍କୁ ଦେଖିବାକୁ ମିଳିବ । ଲିଡ୍ରେ ଅମ୍ଳାନ, ଜ୍ୟୋତିଙ୍କ ସହ ଫିଲ୍ମ, ଟେଲି ଧାରାବାହିକ ଓ ମ୍ୟୁଜିକ୍ ଭିଡିଓରେ ଘରେ ଘରେ ପରିଚିତ ଶ୍ରଦ୍ଧା ପାଣିଗ୍ରାହୀ ରହିଛନ୍ତି । ୨୦୧୭ ମସିହାରେ ଫିଲ୍ମ ‘ମିଠା ମିଠା’ରେ ଯଦିଓ ଜ୍ୟୋତି ଓ ଶ୍ରଦ୍ଧା ଏକାଠି କାମ କରିଥିଲେ କିନ୍ତୁ ବିପକ୍ଷରେ ଅଭିନୟ କରିନଥିଲେ । ଏହି ସିନେମାର କାହାଣୀ ତ୍ରିକୋଣୀୟ ପ୍ରେମ ଉପରେ ଆଧାରିତ ଥିବାବେଳେ ଏଥିରେ ଅଭିନେତା ଅମ୍ଳାନଙ୍କୁ ଦେଖିବାକୁ ମିଳିବ । ଅନ୍ୟାନ୍ୟ ଭୂମିକାରେ ବିଜୟ ମହାନ୍ତି, ଜୀବନ ପଣ୍ଡା, ପିଣ୍ଟୁ ନନ୍ଦ, ସ୍ମିତା ମହାନ୍ତି, ପ୍ରଜ୍ଞା ଖଟୁଆ, ଶ୍ରୀଲା, ପୂଜା, ଲିଜା ଓ ନବାଗତ ଅଜୟଙ୍କୁ ଦେଖିବାକୁ ମିଳିବ । ସିନେମାର କାର୍ଯ୍ୟନିର୍ବାହୀ ପ୍ରଯୋଜନା ରାଜେଶ ମହାନ୍ତି ଥିବାବେଳେ କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ହେମନ୍ତ ସାହୁ । ସଙ୍ଗୀତ ନିର୍ଦ୍ଦେଶନା ଭାର ନେଇଛନ୍ତି ପ୍ରେମ୍ ଆନନ୍ଦ । କ୍ୟାମେରା ପରିଚାଳନାରେ ସୀତାଂଶୁ ମହାପାତ୍ର ରହିଛନ୍ତି । ବସନ୍ତରାଜ ସାମଲ ଗୀତ ଲେଖିଥିବାବେଳେ ନୃତ୍ୟ ନିର୍ଦ୍ଦଶେନାରେ ଅମିତ ଦମ୍ ଦେଖାଇଛନ୍ତି । ଯେତେଦୂର ସମ୍ଭବ ଫିଲ୍ମଟି ଅଗଷ୍ଟ ମାସରେ ପରଦାକୁ ଆସିବ ।
Comments are closed, but trackbacks and pingbacks are open.