ନୂଆଦିଲ୍ଲୀ: ଭାରତରେ କରେନା ଭାଇରସ୍ (କୋଭିଡ-୧୯) ସଂକ୍ରମଣ ମାମଲା ପ୍ରତିଦିନ ବଢ଼ିବା ସହ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୮,୩୯୨ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଫଳରେ ଦେଶରେ ମୋଟ କରେନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯୦ ହଜାର ୫୩୫କୁ ବୃଦ୍ଧି ପାଇଛି । ସେହିଭଳି ଗତ ୨୪ ଘଣ୍ଟାରେ ୨୩୦ ଜଣଙ୍କ ମୃତୁ୍ୟ ଘଟିବା ପରେ ମୋଟ ମୃତୁ୍ୟସଂଖ୍ୟା ୫,୩୯୪ରେ ପହଞ୍ଚôଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ୯୩, ୩୨୨ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ୯୧, ୮୧୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଭାରତରେ ଏପର୍ଯ୍ୟନ୍ତ ୪୮.୧୯ ପ୍ରତିଶତ ରୋଗୀ ଭଲ ହୋଇସାରିଲେଣି । ଭାରତରେ ମୃତୁ୍ୟହାର ଏବେ ୨.୮୩ ପ୍ରତିଶତ ରହିଛି । ତା’ଛଡା ୭୦ ପ୍ରତିଶତରୁ ଅଧିକ ମୃତୁ୍ୟ କରୋନା ସହ ଅନ୍ୟାନ୍ୟ ରୋଗ ଜଡିତ ଥିବା ଜଣାପଡିଛି । ତେବେ ସବୁଠାରୁ ବଡକଥା ହେଉଛି ଯେ ଭାରତ ଏବେ ବିଶ୍ୱ କରୋନା ସଂକ୍ରମିତ ଦେଶ ତାଲିକାର ୭ମ ସ୍ଥାନରେ ପହଞ୍ଚôଛି । ସଂକ୍ରମିତ ସଂଖ୍ୟାରେ ଫ୍ରାନ୍ସ ଓ ଜର୍ମାନୀକୁ ପଛରେ ପକାଇ ଦେଇଛି ଭାରତ । ଫ୍ରାନ୍ସରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୮୮୨ ଥିଲା ବେଳେ ମୃତୁ୍ୟସଂଖ୍ୟା ୨୮ ହଜାର ୮୦୨ ରହିଛି । ସେହିଭଳି ଜର୍ମାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୮୩ ହଜାର ୪୯୪ ହୋଇଥିଲା ବେଳେ ୮ ହଜାର ୬୦୫ ଜଣ ପ୍ରାଣ ହରାଇଛନ୍ତି । ଆହୁରି ମଧ୍ୟ ଜଣାପଡିଛି ଯେ ଭାରତରେ ଗତ ମେ’ମାସରେ କେବଳ ଦେଢ ÿଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ମେ’ରେ ଦେଶରେ ମୋଟ ୧ ଲକ୍ଷ ୫୫ ହଜାର ୭୫୬ ନୂଆ ମାମଲା ସାମ୍ନାକୁ ଆସିଥିଲା ବେଳେ ୮୨ ହଜାର ୭୯୬ ଜଣ ଆରୋଗ୍ୟ ହୋଇଛନ୍ତି ଓ ୪,୨୫୪ ଜଣଙ୍କର ମୃତୁ୍ୟ ଘଟିଛି ।
ସୋମବାର ଯେଉଁ ୨୩୦ ମୃତୁ୍ୟ ସାମ୍ନାକୁ ଆସିଛି ସେଥିରେ ମହାରାଷ୍ଟ୍ରର ୮୯, ଦିଲ୍ଲୀର ୫୭, ଗୁଜରାଟର ୩୧, ତାମିଲନାଡୁର ୧୩, ଉତ୍ତରପ୍ରଦେଶର ୧୨, ପଶ୍ଚିମବଙ୍ଗର ୮, ମଧ୍ୟପ୍ରଦେଶର ୭, ତେଲଙ୍ଗାନାର ୫, କର୍ଣ୍ଣାଟକର ୩, ଆନ୍ଧ୍ରପ୍ରଦେଶର ୨ ଏବଂ ବିହାର, ପଞ୍ଜାବ ଓ ରାଜସ୍ଥାନର ଜଣେ ଲେଖାଏ ରହିଛନ୍ତି । ସେହିଭଳି ଦେଶରେ ଘଟିଥିବା ମୋଟ ୫,୩୯୪ ମୃତୁ୍ୟ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୨୮୬ ରହିଥିଲା ବେଳେ ଗୁଜରାଟରେ ୧୦୩୮, ଦିଲ୍ଲୀରେ ୪୭୩, ମଧ୍ୟପ୍ରଦେଶରେ ୩୫୦, ପଶ୍ଚିମବଙ୍ଗରେ ୩୧୭, ଉତ୍ତରପ୍ରଦେଶରେ ୨୧୩, ରାଜସ୍ଥାନରେ ୧୯୪, ତାମିଲନାଡୁରେ ୧୭୩, ତେଲଙ୍ଗାନାରେ ୮୨, ଆନ୍ଧ୍ରପ୍ରଦେଶରେ ୬୨, କର୍ଣ୍ଣାଟକରେ ୫୧, ପଞ୍ଜାବରେ ୪୫, ଜମ୍ମୁ-କାଶ୍ମୀରରେ ୨୮, ବିହାରରେ ୨୧ ଓ ହରିଆଣାରେ ୨୦ ଜଣ ପ୍ରାଣ ହରାଇଛନ୍ତି । ସେହିଭଳି ମହାରାଷ୍ଟ୍ରରେ ୬୭ ହଜାର ୬୫୫ ଜଣ ସଂକ୍ରମିତ ହୋଇଥିଲା ବେଳେ ତାମିଲନାଡୁରେ ୨୨ ହଜାର ୩୩୩, ଦିଲ୍ଲୀରେ ୧୯ ହଜାର ୮୪୪, ଗୁଜରାଟରେ ୧୬ ହଜାର ୭୭୯, ରାଜସ୍ଥାନରେ ୮ ହଜାର ୮୩୧, ମଧ୍ୟପ୍ରଦେଶରେ ୮ ହଜାର ୮୯, ଉତ୍ତରପ୍ରଦେଶରେ ୭ ହଜାର ୮୨୩, ପଶ୍ଚିମବଙ୍ଗରେ ୫ ହଜାର ୫୦୧, ବିହାରରେ ୩ ହଜାର ୮୧୫, ଆନ୍ଧ୍ରପ୍ରଦେଶରେ ୩ ହଜାର ୬୭୯ ଓ କର୍ଣ୍ଣାଟକରେ ୩ ହଜାର ୨୨୧ ଜଣ ସଂକ୍ରମିତ ରହିଛନ୍ତି ।
ବିଶେଷଜ୍ଞଙ୍କ କହିବାନୁଯାୟୀ ନୂଆ ମାମଲା ମଧ୍ୟରୁ ୬୦ ପ୍ରତିଶତ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ ଓ ଗୁଜରାଟରେ ଥିବା ବିଭିନ୍ନ ହଟସ୍ପଟରୁ ଆସିଛି । ଏଥିସହିତ ଜମ୍ମୁ-କାଶ୍ମୀର, ଆସାମ, ଓଡ଼ିଶା, ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମଧ୍ୟ କ୍ରମାଗତ ଭାବେ ନୂଆ ସଂଖ୍ୟା ବଢ଼ିବାରେ ଲାଗିଛି । ସବୁଠାରୁ ବଡକଥା ହେଉଛି ପ୍ରବାସୀ ଶ୍ରମିକଙ୍କ ପାଇଁ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଇଣ୍ଡିଆନ ପବ୍ଲିକ ହେଲ୍ଥ ଆସୋସିଏସନ (ଆଇପିଏଚ୍ଏ), ଇଣ୍ଡିଆନ ଆସୋସିଏସନ ଅଫ୍ ପ୍ରିଭେଣ୍ଟିଭ୍ ଆଣ୍ଡ ସୋସିଆଲ ମେଡିସିନ (ଆଇଏପିଏସ୍ଏମ୍), ଇଣ୍ଡିଆନ ଆସୋସିଏସନ୍ ଅଫ୍ ଏପିଡେମିଓଲଜିଷ୍ଟିସ୍ (ଆଇଏଇ) ଏବଂ ଏମ୍ସ, ଜେଏନ୍ୟୁ ଓ ବିଏଚ୍ୟୁର ବିଶେଷଜ୍ଞମାନଙ୍କ ମତରେ ଲକ୍ଡାଉନ ଘୋଷଣା କରାଯିବା ପୂର୍ବରୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ କମ୍ ଥିଲା । ସେହି ସମୟରେ ଯଦି ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ନିଆଯାଇଥାନ୍ତା ତେବେ ବର୍ତ୍ତମାନ ଯେଭଳି ବ୍ୟାପକ ସଂକ୍ରମଣ ଦେଖିବାକୁ ମିଳୁଛି ତାହାକୁ ରୋକାଯାଇପାରିଥାନ୍ତା । ପ୍ରବାସୀ ଶ୍ରମିକଙ୍କ ଫେରିବା ପରେ ଏବେ ଗ୍ରାମାଞ୍ଚଳ ଓ ଅର୍ଦ୍ଧସହରାଞ୍ଚଳରେ କରୋନା ତାର କାୟା ବିସ୍ତାର କରୁଛି ।
Comments are closed, but trackbacks and pingbacks are open.