ଫ୍ରେଣ୍ଡସିପ୍ କପ୍ ଫୁଟବଲ୍:ଟାଟା ଷ୍ଟିଲ୍ ଚାମ୍ପିଅନ୍, ବିଧାୟକ ଏକାଦଶ ରନର୍ସ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): ଟାଟା ଷ୍ଟିଲ୍ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ଫ୍ରେଣ୍ଡସିପ୍ କପ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବିଧାୟକ ଏକାଦଶକୁ ହରାଇ ଆୟୋଜକ ଟାଟା ଷ୍ଟିଲ୍ ଏକାଦଶ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି ।
ଫାଇନାଲ୍ ମୁକାବିଲାରେ ଟାଟା ଷ୍ଟିଲ୍ ଏକାଦଶ ୩-୦ ଗୋଲ୍ରେ ବିଧାୟକ ଏକାଦଶକୁ ପରାସ୍ତ କରିଥିଲା । ଦଳ ପକ୍ଷରୁ ସଦାମ ଅବରାର ୨ଟି ଗୋଲ୍ ସ୍କୋର କରିଥିବାବେଳେ ମିଥୁନ ଚକ୍ରାସୟ ଗୋଟିଏ ଗୋଲ୍ କରିଥିଲେ ।
ମୋଟ୍ ୪ଟି ଦଳକୁ ନେଇ ଆୟୋଜନ କରାଯାଇଥିଲା ଏହି ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ବିଧାୟକ ଏକାଦଶ ଓ ଟାଟା ଷ୍ଟିଲ୍ ଏକାଦଶଙ୍କ ସମେତ ଏଥିରେ ମିଡିଆ ଓ ସଚିବ ଏକାଦଶ ମଧ୍ୟ ଭାଗ ନେଇଥିଲେ ।
ପ୍ରଥମ ସେମି ଫାଇନାଲ୍ରେ ବିଧାୟକ ଏକାଦଶ ୩-୨ ଗୋଲ୍ ବ୍ୟବଧାନରେ ମିଡିଆ ଏକାଦଶକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ବିଜୟୀ ଦଳ ପକ୍ଷରୁ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ୨ଟି ଗୋଲ୍ କରିଥିବାବେଳେ ପ୍ରଭୁ ଜୈନ ଗୋଟିଏ ଗୋଲ୍ କରି ଦଳକୁ ଜିତାଇଥିଲେ । ମିଡିଆ ଏକାଦଶ ପକ୍ଷରୁ ବିକାଶ ମାରାଣ୍ଡି ଚମ+ାର ଖେଲ ପ୍ରଦର୍ଶନ କରି ୨ଟି ଯାକ ଗୋଲ୍ କରିଥିଲେ । ସେହିପରି ଦ୍ୱିତୀୟ ସେମି ଫାଇନାଲ୍ରେ ଟାଟା ଷ୍ଟିଲ୍ ଏକାଦଶ ୧-୦ ଗୋଲ୍ରେ ସଚିବ ଏକାଦଶକୁ ପରାସ୍ତ କରିଥିଲା । ଦଳ ପକ୍ଷରୁ ସଦାମ ଅବରାର ଏହି ଗୋଲ୍ କରିଥିଲେ ।
ଉଦ୍ଯରାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅରୁଣ ସାହୁ ଚାମ୍ପିଅନ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ଶିକ୍ଷା ସଚିବ ସାସ୍ୱତ ମିଶ୍ର, କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଏସ୍ କେ ପପ୍ଲି, ରାଜାରାମ ଶତପଥି, ଦେବି ପ;ନାୟକ, ଅରୁଣ ମିଶ୍ର, ସୁବୋଧ ପାଣ୍ଡେ, ଆର ଆର ଶତପଥି, ଦେବାଶିଷ ଜେନା, ମଣିକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବିଧାୟକ ଏକାଦଶର ଜଗନ୍ନାଥ ନାୟକ ଶ୍ରେଷ୍ଠ ଗୋଲ୍ କିପର, ସଚିବ ଏକାଦଶର ସାସ୍ୱାତ ମିଶ୍ର ଶୃଙ୍ଖଳିତ ଖେଳାଳି, ସଦାମ ଅବରାର(ଟାଟା ଷ୍ଟିଲ୍) ଶ୍ରେଷ୍ଠ ଖେଳାଳି, ଦିବ୍ୟଶଙ୍କର ମିଶ୍ର(ବିଧାୟକ ଏକାଦଶ) ଶ୍ରେଷ୍ଠ ଡିଫେଣ୍ଡର, ଅରୁଣ ସାହୁ ଶ୍ରେଷ୍ଠ ମିଡ୍ ଫିଲ୍ଡର ବିବେଚିତ ହୋଇଥିଲେ ।
ପୂର୍ବରୁ ଉଦ୍ଘାଟନୀ ଉତ୍ସବରେ ଅରୁଣ ସାହୁ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ସମୀର ରଞ୍ଜନ ଦାସ, କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ପଦ୍ମନାଭ ବେହେରା, ସୌମ୍ୟ ରଞ୍ଜନ ପ;ନାୟକ, ସୁର ରାଉତରାୟ, ରାଜେଶ ବର୍ମା, କେ ରବି, ଅରୁଣ ମିଶ୍ର, ଦେବାଶିଷ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons