ଫ୍ଲେକ୍ସଷ୍ଟୋନର ଏକ୍ସକ୍ଲୁସିଭ୍ ଗ୍ୟାଲେରୀ ଉଦ୍ଘାଟିତ:ଯୋଗଦେଲେ ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶର କ୍ଲାଡିଙ୍ଗ ସାମଗ୍ରୀ କ୍ଷେତ୍ରରେ ଲୋକପ୍ରିୟ କମ୍ପାନି ଫ୍ଲେକ୍ସଷ୍ଟୋନ ପକ୍ଷରୁ ଭୁବନେଶ୍ୱରରେ ଏକ୍ସକ୍ଲୁସିଭ ଗ୍ୟାଲେରୀ ଖୋଲାଯାଇଛି । ବଲିଉଡ୍ ଷ୍ଟାର ତଥା ବ୍ରାଣ୍ଡ ଆମ୍ବାସଡର ସୁନୀଲ ସେଟ୍ଟୀ ଏହାକୁ ଉଦ୍ଘାଟନ କରିଥିଲେ । ସାରା ଭାରତରେ ଥିବା ନିଜର ଏକ୍ସକ୍ଲୁସିଭ ଗ୍ୟାଲେରୀଗୁଡ଼ିକର ଲୋକପ୍ରିୟତା ପରେ ଭୁବନେଶ୍ୱରରେ ଖୋଲିଥିବା ଏହି ଏକ୍ସକ୍ଲୁସିଭ ଗ୍ୟାଲେରୀରେ ମଧ୍ୟ ଡେକୋରେଟିଭ୍ କଂକ୍ରିଟ୍ ସଲୁ୍ୟସନର ସଂପୂର୍ଣ୍ଣ ରେଞ୍ଜ ଉପଲବ୍ଧ ହେବ, ଯେଉଁ ଗଡ଼ିକ କି ଅତ୍ୟାଧୁନିକ ଓ ଉଚ୍ଚଗୁଣମାନର ।
ଏହି ଅବସରରେ ସୁନୀଲ ସେଟ୍ଟୀ ଏହି ଗ୍ୟାଲେରୀକୁ ବୁଲିଦେଖିବା ସହ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ । ଲିଙ୍ଗରାଜ ଗ୍ରାନାଇଟ୍ର ନିଦେ୍ର୍ଧର୍ଶକ ଗଜାନନ ଶର୍ମା କହିଛନ୍ତି ଭୁବନେଶ୍ୱର ଫ୍ଲେକ୍ସଷ୍ଟୋନ ଏକ୍ସକ୍ଲୁସିଭ ଗ୍ୟାଲେରୀ ଖୋଲି ଆମେ ଉତ୍ସାହିତ । ଏହା ଓଡ଼ିଶାର ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡିଜାଇନରମାନଙ୍କ ପାଇଁ ବିଶ୍ୱସ୍ତରୀୟ କ୍ଲାଡିଙ୍ଗ୍ ସଲୁ୍ୟସନ ପ୍ରଦାନ କରିବ ବୋଲି ଆଶା କରୁଛୁ । ଏ ସବୁ ଡେକୋରେଡିଭ କ୍ଲାଡିଙ୍ଗ୍ ଗୁଡିକ ଭାରତରେ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରି ଡିଜାଇନ ପ୍ରସ୍ତୁତ କରାଯାଇଛି । ବାସଗୃହ, ବ୍ୟବସାୟିକ ଓ ସ୍ଥାପତ୍ୟ ପ୍ରକଳ୍ପଗୁଡିକ ପାଇଁ ଉପଯୋଗୀ ଏସବୁ ଉପôାଦଗୁଡିକ ସୁଲଭ ମୂଲ୍ୟରେ ଉପଲବ୍ଧ ଅଛି । ଏହାକୁ କମ୍ପାନିର ଫ୍ରାଞ୍ଚାଇଜି ଲିଙ୍ଗରାଜ ଗ୍ରାନାଇଟ୍ ପକ୍ଷରୁ ଖୋଲା ଯାଇଥିବା ଶ୍ରୀ ଶର୍ମା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦ ମୋଲା, ସୁନ୍ଦର ସୋମାନୀ ଓ ଲଳିତ କୁମାର ମୋଲା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons