ପାଟଣା: ଫ୍ଲାଏ ଆସ୍ ଇଟା ଫ୍ୟାକ୍ଟ୍ରି ଗ୍ରାଇଣ୍ଡରରେ ଚାପି ହୋଇ ମହିଳା ଶ୍ରମିକଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଧିନ ମୁରୁସୁଆଁ ପଞ୍ଚାୟତ କିଆପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏକ ପ୍ଲାଏ ଆସ୍ ଇଟା ଫ୍ୟାକ୍ଟ୍ରିରେ ଗୁରୁବାର ଏହି ଅଘଟଣ ଘଟିଛି।
ଫ୍ୟାକ୍ଟ୍ରିର ଗ୍ରାଇଣ୍ଡର ମେସିନରେ ଚାପି ହୋଇ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ମହିଳା ଶ୍ରମିକ ହେଲେ କିଆପଡା ଗ୍ରାମର ଭୁବନ ନାଏକଙ୍କ ସ୍ତ୍ରୀ ରୁକ୍ମଣୀ ନାଏକ, ତାଙ୍କ ବୟସ ୫୫ ବର୍ଷ। ସେ ଫ୍ୟାକ୍ଟ୍ରିରେ ଗ୍ରାଇଣ୍ଡର ମେସିନ ବନ୍ଦ କରି ସଫା କରୁଥିଲେ। ହଠାତ୍ କେହି ଜଣେ ମେସିନର ସ୍ୱିଚ ଅନ୍ କରି ଦେଇଇଥିଲେ। ସେ ମେସିନରେ ଚାପି ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।


Comments are closed, but trackbacks and pingbacks are open.