ବଜାରରେ ଭିଡ଼ ସାଙ୍ଗକୁ ଦରଦାମ ବୃଦ୍ଧି

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ୧୪ ଦିନିଆ ଲକଡାଉନ ଘୋଷଣା ପରେ ଆଜି ସହରାଞ୍ଚଳ ବଜାରରେ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଛି । ରାୟଗଡ଼ା, ମୁନିଗୁଡ଼ା, ଜେକେପୁର ଓ ଟିକିରି ଠାରେ ଗ୍ରାମା୍ଚଳର ଲୋକେ ଆସି ସାମଗ୍ରୀ କିଣିବା ପାଇଁ ଭିଡ଼ ଜମାଇଥିଲେ । ଫଳରେ ଜନଗହଳି ବଢ଼ିଯାଇଥିଲା । ଏଭଳିକି ବ୍ୟାଙ୍କରେ ମଧ୍ୟ ପ୍ରବଳ ଭିଡ଼ ଜମିଥିଲା । ରେସନ ସାମଗ୍ରୀ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନରେ ଶତାଧିକ ଲୋକ କିଣାକିଣି କରୁଥିବା ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ମଦ ଦୋକାନ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ସହରର ବିଭିନ୍ନ ମଦଦୋକାନ ସମ୍ମୁଖରେ ମଧ୍ୟ ଭିଡ଼ ନଜରକୁ ଆସିଛି । ମଦଦୋକାନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦୋକାନରେ କିଣାବିକା ସମୟରେ ସାମାଜିକ ଦୂରତାକୁ କେହି ପାଳନ କରି ନଥିଲେ । କୋଭିଡ୍ ଗାଇଡ଼ଲାଇନର ଖୋଲା ଉଲ୍ଲଂଘନ ହୋଇଥିଲା । ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଗ୍ରାହକ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ପ୍ରକାର ସ୍ଥିତିରେ ରହିଥିଲେ । ଅପରପକ୍ଷରେ ଲକଡାଉନ୍ ପାଇଁ ଲୋକଙ୍କ ଭିଡ଼କୁ ଦେଖି ବିଭିନ୍ନ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ଘଟିଛି । କିଛି ଅସାଧୁ ବ୍ୟବସାୟୀ ମୁନାଫା କମାଇବାରେ ବ୍ୟସ୍ତ ରହିଥିବା ଅଭିଯୋଗ ହୋଇଛି । ଜରୁରିକାଳୀନ ଆବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ଦର ୧୦ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଯାହାକି ଖାଉଟିଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଛି । ରାୟଗଡ଼ା ବଜାରରେ ପ୍ରବଳ ଭିଡ଼ ହୋଇଥିବା ଅଭିଯୋଗ ପହଞ୍ଚିବା ପରେ ତହସିଲଦାର ଉମାଶଙ୍କର ବେହେରା ଓ ଆଇଆଇସି ନିହାରରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଟିମ ପହଞ୍ଚିି ଭିଡ଼ ହଟାଇଥିଲେ । ଏଭଳିକି କିଛି ଦୋକାନୀଙ୍କୁ ଭିଡ଼ ନକରିବା ପାଇଁ ତାଗିଦ ମଧ୍ୟ କରାଯାଇଥିଲା । ପ୍ରବଳ ଭିଡ଼ ଜମାଇବା ସହ କରୋନା କଟକଣା ଅବମାନନା ଅଭିଯୋଗରେ ୩ ଟି ଦୋକାନରୁ ୨ ହଜାର ଟଙ୍କା ଲେଖାଏଁ ଜରିମନା ଆଦାୟ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons