
କଟକ,(ବି.ବି.ବ୍ୟୁରୋ): ଓଡି଼ଶାରେ ବଜାର କୋଲକାତାର ୧୭ଟି ସୋରୁମ୍ ଥିବାବେଳେ ଚାହିଦାକୁ ଦୃଷ୍ଟିରେ ରଖି ଗତ ଜୁନ୍ ୧ରେ ଦୋଳମୁଣ୍ଡାଇରେ ଏକ ନୂତନ ସୋରୁମ୍ ଖୋଲିଥିଲା । ଏହି ସମୟରେ ସହରରେ ଇଦ୍ ଓ ରଜ ପର୍ବ ଥିବାରୁ ଗ୍ରାହକଙ୍କ ପାଇଁ ୨ହଜାର ଟଙ୍କା କ୍ରୟ ଉପରେ ମେଗା ଲକି ଡ୍ର କୁପନ୍ ବ୍ୟବସ୍ଥା କରାଯାଇଥିଲା । ଯାହାର ବିଜେତା ହୋଇଛନ୍ତି କଟକ ମହାନଗର ନିଗମର କର୍ମଚାରୀ ପ୍ରାଣକୃଷ୍ଣ ଭୋଇ । ଗ୍ରାହକଙ୍କ ଉପସ୍ଥିତିରେ ସୋରୁମ୍ ଦ୍ୱାରା ଆୟୋଜିତ ଲକି ଡ୍ର ମାଧ୍ୟମରେ ଶ୍ରୀ ଭୋଇ ଏକ ରେନୋ କୁଇଡ୍ କାର୍ର ବିଜେତା ହୋଇଛନ୍ତି । କାର୍ଟିକୁ ଭାଗ୍ୟଶାଳୀ ବିଜେତାଙ୍କୁ ହସ୍ତାନ୍ତର କରିବା ପାଇଁ ସୋରୁମ୍ ପକ୍ଷରୁ ଆଜି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଷ୍ଟୋର୍ ମ୍ୟାନେଜର୍ ଗଙ୍ଗାଧର ରାୟଙ୍କ ଦ୍ୱାରା ଶ୍ରୀ ଭୋଇଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଏହି ଉତ୍ସ ବରେ କମ୍ପାନିର ନିର୍ଦ୍ଦେଶକ ରମେଶ ଖେମକା, ରିଟେଲ୍ ମୁଖ୍ୟ ଦୀପକ ଲାଲ, ମାର୍କେଟିଂ ମୁଖ୍ୟ ଉମେଶ ଶର୍ମା ଓ ରାଜୀବ ଝା ପ୍ରମୁଖ ଉପସ୍ଥିତ ଥିବା ବେଳେ ହେମରାଜ ବିଜ୍ଞାପନ ଏଜେନ୍ସିର ମୁଖ୍ୟ ଡ. ଲକ୍ଷ୍ମୀନାରାୟଣ ଅଗ୍ରୱାଲ ଓ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ । ଡିସେମ୍ବର ସୁଦ୍ଧା ଓଡି଼ଶାର ଅନ୍ୟାନ୍ୟ ସହରରେ ଆହୁରି ଅଧିକ ୪ରୁ ୫ଟି ବଜାର କୋଲକାତା ସୋରୁମ୍ ଖୋଲିବାର ଲକ୍ଷ୍ୟ ରହିଛି ବୋଲି ଦୀପକ ଲାଲ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.