ବଲାଙ୍ଗୀର,(ବି.ବି.ନୁ୍ୟଜ୍): ବଲାଙ୍ଗୀରରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଜଣକର ମୃତୁ୍ୟ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ସ୍ଥାନୀୟ ମାଲପଡ଼ାର ଶିବାଶିଷ ଦାସ(୨୦)ଏବଂ ଆହତ ଦୁଇଜଣ ହେଲେ ଅଲି ଖାଁ(୨୦) ଓ ସମ୍ବିତ ଡାଙ୍ଗ(୨୨) । ଉଭୟ ଆହତଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭତ୍ତି କରାଯାଇଛି । ଏମାନଙ୍କ ଅବସ୍ଥା ଗୁରୁତର ରହିଛି ।
ସୂଚନା ଅନୁସାରେ, ରେଳଷ୍ଟେସନ ରାସ୍ତା ମାଲପଡା ମଦନଗୁଡ଼ିଆ ବଗିଚାରେ ପିଲାମାନେ କ୍ରିକେଟ ଖେଳୁଥିଲେ । ହେଲେ ହଠାତ ପ୍ରବଳ ଝଡବର୍ଷା ଆସିବାରୁ କିଛି ପିଲା ନିକଟରେ ଥିବା ଗଛ ମୂଳକୁ ଯାଇ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରାଘାତ ଘଟି ଘଟଣା ସ୍ଥଳରେ ଶିବାଶିଷଙ୍କ ମୃତୁ୍ୟ ଘଟିଥିଲା । ତାଙ୍କ ପେଟରେ କ୍ଷତ ସୃଷ୍ଟିହେବା ସହ ମୁହଁର କିଛି ଅଂଶ ପୋଡି ଯାଇଛି । ସେହିପରି ଶିବାଶିଷଙ୍କ ସହ ଗଛମୂଳେ ଥିବା ମାଲପଡ଼ାର ସମ୍ବିତ ଏବଂ କଲିକତା ମେଦିନୀପୁର ଅଞ୍ଚଳର ଅଲି ଖାଁ ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ନେଇଥିଲେ । ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ।
Comments are closed, but trackbacks and pingbacks are open.