ଝାରପୋଖରିଆ,(ବି.ବି.ନ୍ୟୁଜ୍): ଆଜି ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଧାଙ୍ଗୁଡିଶୋଳ ପଞ୍ଚାୟତର ସାଦ ସାହି ଗ୍ରାମର ଲାଦୁ ସିଂ ଙ୍କ ପୁଅ ଲବ ସିଂ (୪୫)ଙ୍କର ଆଜି ସନ୍ଧ୍ୟାରେ ବଜ୍ରାଘାତରେ ମୃତ୍ୟୁ ହୋଇଯାଇଛି । ଅପରାହ୍ନରୁ ଏହି ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ପ୍ରବଳ ଘଡ଼ଘଡ଼ି ବିଜୁଳି ମାରିଥିଲା । ସେତେବେଳେ ଲବ ତାଙ୍କ ପତ୍ନୀ ସହିତ ବିଲକାମ ସାରି ପୋଖରୀରେ ଗାଧୋଇ ଫେରୁଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଉଭୟେ ଗାଧୋଇ ସାରି ଲବଙ୍କ ପତ୍ନୀ ଆଗରେ ଚାଲୁଥିବାବେଳେ ଲବ ତାଙ୍କ ପଛରେ ଥିଲେ । ବଜ୍ରାଘାତରେ ଲବଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ପତ୍ନୀ ସାମାନ୍ୟ ଆହତ ହୋଇଛନ୍ତି ।
ଲବ ସିଂଙ୍କ ଅକାଳ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ବାରମ୍ବାର ବଜ୍ରାଘାତରେ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ପ୍ରକାଶ ଥାଉକି, ଗତ ୫ ତାରିଖରେ ଶୀର୍ଶା ପଂଚାୟତ ଅନ୍ତର୍ଗତ ବେଢ଼ାପାଳ ଗ୍ରାମରେ ବଜ୍ରାଘାତରେ ମୋଚିରାମ ସାହୁଙ୍କ ପୁଅ ସତ୍ୟରଂଜନ (୧୬)ଙ୍କର ମୃତ୍ୟୁ ଘଟିଥିଲା । ଏହାର କିଛି ଦିନ ପୂର୍ବରୁ ଝାରପୋଖରିଆ ଥାନା ଅଞ୍ଚଳରେ ବ୍ରଜାପାତ ଜନିତ ମୃତ୍ୟୁ ଘଟିଥିଲା । ଆଜିର ଘଟଣାରେ ଝାରପୋଖରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି କେସ୍ ନମ୍ବର ୩୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରବା ସହିତି ବ୍ୟବଚ୍ଛେଦ ପାଇଁ ପଠାଇଛି ।
Comments are closed, but trackbacks and pingbacks are open.