ଆନନ୍ଦପୁର,(ବି.ବି.ନୁ୍ୟଜ୍): ଆନନ୍ଦପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତୁ୍ୟ ହୋଇଛି ଏବଂ ଦୁଇ ଜଣ ଗୁରୁତର ଆହତ ହୋଇ ଆନନ୍ଦପୁର ମୁଖ୍ୟ ଚିକିାଳୟରେ ଚିକିିତ ହେଉଛନ୍ତି । ବାଉଶଗଡ ଗ୍ରାମର ଦୁଶାସନ ନାୟକ ଓ ଭାଗବତ ନାୟକ ପଦ୍ମପୁର ଅଂଚଳରେ ଥିବା ଜମିରେ କାମ କରୁଥିବାବଳେ ବଜ୍ରାଘାତ ପ୍ରଭାବରେ ଅଚେତ ହୋଇପଡିଥିଲେ ।

ସେମାନଙ୍କୁ ଚିକିା ପାଇଁ ଆନନ୍ଦପୁର ଅଗ୍ନିଶମ ସେବା ସଂସ୍ଥା ଦ୍ୱାରା ତୁରନ୍ତ ଆନନ୍ଦପୁର ମୁଖ୍ୟ ଚିକିାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ପଦ୍ମପୁର ଗ୍ରାମର ଦୁଇ ଜଣ ଯୁବକ ସୁଦର୍ଶନ ନାହାକ ଓ ଲିପୁ ସାହୁ ବସିଥିବା ବେଳେ ବଜ୍ରାଘାତରେ ଅଚେତ ହୋଇପଡିଥିଲେ । ସେମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିାଳୟରେ ଭର୍ତି କରାଯାଇ ଚିକିା କରାଯାଉଥିବା ଜଣାପଡିଛି ।
Comments are closed, but trackbacks and pingbacks are open.