
ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ଗ୍ରାମରେ ବଜ୍ରାଘାତରେ ଜଣେ ବାଳିକାର ମୃତୁ୍ୟ ହୋଇଛି । ମୃତ ବାଳିକା ଛମିଆ ବବି(୧୫) ।
ମିଳିଥିବା ସୂଚନା ଅନୁଯାୟୀ, ଗାଁର ଛମିଆ ଗୁରୁଙ୍କ ଝିଅ ବବି ଆଜି ଅପରାହ୍ଣରେ ଆମ୍ବ ଗୋଟାଇବା ଲାଗି ପାଖ ଜଙ୍ଗଲକୁ ଯାଇଥିଲା । ଆମ୍ବ ଗୋଟାଇବା ସମୟରେ ସାମାନ୍ୟ ବର୍ଷା ସହ ବଜ୍ରପାତ ହୋଇଥିଲା । ଆଘାତ ପାଇ ତଳେ ଲୋଟିପଡ଼ିଥିଲା ବବି । ସବୁଠୁ ବଡ଼ କଥା, ବଜ୍ରପାତ ଏତେ ଶକ୍ତିଶାଳୀ ଥିଲା ଯେ, ଆମ୍ବ ଗଛର ଏକ ଡାଳ ଭାଙ୍ଗି ତଳେ ଆହତ ଅବସ୍ଥାରେ ପଡ଼ିଥିବା ବବିଙ୍କ ଉପରେ ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତା’ର ମୃତୁ୍ୟ ହୋଇଥିଲା । ବବିର ମୃତୁ୍ୟରେ ଗାଁରେ ଶୋକର ଛାୟା ଖେଳିଯାଇଛି ।
Comments are closed, but trackbacks and pingbacks are open.