ଭଞ୍ଜନଗର, (ବି.ବି.ନୁ୍ୟଜ୍): ବଜ୍ରାଘାତରେ ରାଧାକୃଷ୍ଣ ମନ୍ଦିର ଦଧିନଉତି ଭାଙ୍ଗି ଚୁରମାର । ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକ୍ ଖମାରପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ନିମପଦର ଗ୍ରାମରେ ଏହା ଘଟିଛି । ଅଞ୍ଚଳରେ ଶନିବାର ବଜ୍ରପାତ ହୋଇଥିଲା । ଏଥିରେ ନିମପଦର ଗ୍ରାମର ଶହେ ବର୍ଷର ପୁରୁଣା ରାଧାକୃଷ୍ଣ ମନ୍ଦିର ଦଧିନଉତି ଖଣ୍ଡବିଖଣ୍ଡିତ ହୋଇ ଝଡ଼ିପଡ଼ିଥିଲା । ବଜ୍ରାଘାତ କାରଣରୁ ମନ୍ଦିରର ସମସ୍ତ ବୈଦୁ୍ୟତିକ ସାମଗ୍ରୀ ମଧ୍ୟ ଜଳି ଯାଇଛି । ମନ୍ଦିରରେ ବଜ୍ରାଘାତ ସହ ଦଧିନଉତି ଖସିବାର ଭୟଙ୍କର ଶଦ୍ଧରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ । ଏଭଳି ଘଟଣା ପୂର୍ବରୁ କେବେବି ହୋଇନଥିବା ବେଳେ କରୋନା ମହାମାରୀ କାଳରେ ଏଭଳି ଘଟଣାକୁ ଗ୍ରାମବାସୀ ଅଶୁଭ ସଙ୍କେତ ବୋଲି ଭାବିଛନ୍ତି । ତେବେ ଗ୍ରାମ ଉପରକୁ ଆସୁଥିବା ସମସ୍ତ ବିପତ୍ତିରୁ ସ୍ୱୟଂ ରାଧାକୃଷ୍ଣ ଗ୍ରାମବାସୀଙ୍କୁ ରକ୍ଷା କରିଛନ୍ତି ବୋଲି ଗ୍ରାମର କିଛି ଧର୍ମପରାୟଣ ବ୍ୟକ୍ତି କହିଛନ୍ତି ।
Comments are closed, but trackbacks and pingbacks are open.