ଜଗମୋହନପୁର (ବି.ବି.ନୁ୍ୟଜ୍): ତେଲକୋଇ ଥାନା ଭିମକାଣ୍ଡ ପଂଚାୟତ ଡିମିରିମୁଣ୍ଡା ଗ୍ରାମରେ ବଜ୍ରାଘାତରେ ଶିକାର ହୋଇ ଜଣେ ମହିଳାଙ୍କୁ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଗ୍ରାମର ଜଳିଆ ପ୍ରଧାନଙ୍କ ପନôୀ ଗିତାଂଜଳି ପ୍ରଧାନ (୨୮) । ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ ତେଲକୋଇ ଅଂଚଳର ବିଭିନ୍ନ ସ୍ଥାନରେ ବଜ୍ରାଘାତ ସାଙ୍ଗକୁ ବର୍ଷା ହୋଇଥିଲା । ଡିମିରିମୁଣ୍ଡା ଗ୍ରାମରେ ମଧ୍ୟ ବଜ୍ରାଘାତର ପ୍ରକୋପ ଦେଖିବାକୁ ମିଳିଥିଲା । ଗ୍ରାମର ଜଳିଆ ପ୍ରଧାନ ଏବଂ ପନôୀ ଗିତାଂଜଳି ପ୍ରଧାନ ନିକଟସ୍ଥ ବାଙ୍ଖୁଲ ମୁଣ୍ଡା ବିଲକୁ ଚାଷ କାର୍ଯ୍ୟରେ ଯାଇଥିଲେ । ବଜ୍ରାଘାତ ଏବଂ ବର୍ଷା ଆସିବାରୁ ଘରକୁ ଫେରୁଥିଲେ । ଫେରିବା ସମୟରେ ଗିତାଂଜଳି ବଜ୍ରାଘାତରେ ଶୀକାର ହୋଇଥିଲେ ଏବଂ ଘଟଣାସ୍ଥଳରେ ସଜ୍ଞାହୀନ ଅବସ୍ଥାରେ ପଡିଯାଇଥିଲେ । ସ୍ୱାମୀ ସଙ୍ଗେ ସଙ୍ଗେ ଘରକୁ ଆସି ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇ ଆମ୍ବୁଲାନ୍ସ ଯୋଗେ ଗୁରୁତର ଗିତାଂଜଳିଙ୍କୁ ତେଲକୋଇ ମେଡିକାଲରେ ଭର୍ତି କରିଥିଲେ । ମେଡିକାଲରେ ଡାକ୍ତର ଗିତାଂଜଳିଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ଖବର ପାଇ ତେଲକୋଇ ପୋଲିସ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି ମୃତଦେହକୁ ଜବଦ୍ କରି ତଦନ୍ତ ଆରମ୍ଭ କରିଛି । ଗିତାଂଜଳିଙ୍କ ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ଘଟଣାଟି ପୋଲିସର ତଦନ୍ତକୁ ଜଟିଳ କରିଛି । ଅପର ପକ୍ଷରେ ବଜ୍ରାଘାତରେ ଶିକାର ହେବାବଳେ ଗିତାଂଜଳି ପଥୁରିଆ ରାସ୍ତାରେ ଚାଲୁଥିବାରୁ ତଳେ ମୁହଁମାଡି ପଡି ଯିବାରୁ ମୁଣ୍ଡରେ କ୍ଷତ ହୋଇଥିବା ସ୍ୱାମୀ ଜଳଧର କହିଛନ୍ତି । ତେବେ ଶବ ବ୍ୟବଛେଦ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ରହିଛି ।
Comments are closed, but trackbacks and pingbacks are open.