ବଜ୍ରାଘାତ: ଚାଷୀ ମୃତ, ଅନ୍ୟ ଜଣେ ଆହତ

Get real time updates directly on you device, subscribe now.

ବୌଦ୍ଧ,(ବି.ବି.ନୁ୍ୟଜ୍): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବନ୍ଧାପଥର ଗାଁର ଜଣେ ଚାଷୀଙ୍କ ଆଜି ବଜ୍ରାଘାତରେ ମୃତୁ୍ୟ ହୋଇଛି । ଏଥିରେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ମୃତ ଚାଷୀ ଜଣକ ହରଭଙ୍ଗା ବ୍ଲକ୍ ବନ୍ଧାପଥର ଗାଁର ନୀଳଲୋହିତ ବେହେରା(୫୩) । ଆଜି ସକାଳେ ଜମିରୁ କାମ ସାରି ଘରକୁ ଫେରୁଥିବାବେଳେ ହଠାତ୍ ବର୍ଷା ହେବାରୁ ନୀଳ ଏକ ଗଛମୂଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରାଘାତ ହେବାରୁ ସେ ଅଚେତ ହୋଇ ପଡ଼ିଥିଲେ । ତାଙ୍କ ସାଙ୍ଗରେ ଥିବା ଅନ୍ୟ ଜଣେ ଚାଷୀ ଦିବାନନ୍ଦ ପ୍ରଧାନ(୬୪) ବଜ୍ରାଘାତ ପ୍ରଭାବରେ ସାମାନ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ନୀଳଲୋହିତଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲ୍ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons