ବଡବିଲ ଥାନାରେ ଅଭିଯୁକ୍ତର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Get real time updates directly on you device, subscribe now.

ବଡବିଲ: ବଡବିଲ ଥାନାରେ ଅଭିଯୁକ୍ତର ଆତ୍ମହତ୍ୟା । ମୃତକ ସେଡିଂ ବସ୍ତିର ସୁରେଷ ନାଏକ । ତେବେ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ ।
ସୂଚନାଯେଗ୍ୟ ଯେ, ଗତ ୧୮ତାରିଖ ସନ୍ଧ୍ୟାରେ ବଡବିଲ ସେଡିଂ ବସ୍ତିର ସୁରେଷ ନାଏକକୁ ଉଠାଇନେଇଥିଲା ପୋଲିସ । ତେବେ ସୁରେଶ ବଡବିଲ ଥାନାରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା ପୋଲିସ । ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ଘଟଣାର ଅନୁଧ୍ୟାନ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons